ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ପ୍ରତି ଦୋକାନ ସହ ପ୍ରତିଷ୍ଠାନଗୁଡ଼ିକର ନାମକରଣ ଓଡ଼ିଆରେ ଲେଖାହେବ। ନଚେତ୍ ତଣ୍ଡ ଗଣିବେ ଦୋକାନୀ।

ରାଜ୍ୟ ସଚିବାଳୟରେ ରାଜ୍ୟ କ୍ୟାବିନେଟଣ ଏକ ଗୁରୁତ୍ଵପୁର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ବହୁ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍ ବୈଠକରେ ଓଡ଼ିଆ ଭାଷାକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଦିଗରେ ବହୁ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ପ୍ରତି ଦୋକାନ ସହ ପ୍ରତିଷ୍ଠାନଗୁଡ଼ିକର ନାମକରଣ ଓଡ଼ିଆରେ ଲେଖାହେବ। ନଚେତ୍ ଦଣ୍ଡ ଗଣିବେ ଦୋକାନୀ।

ପ୍ରଥମଥର ଧରାପଡ଼ିଲେ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ବାର ୫୦୦୦ରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

ସେହିପରି ଓଡ଼ିଆ ସରକାରୀ ଭାଷା ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଓଡ଼ିଆ ଭାଷାରେ କାମ କଲେ ପୁରସ୍କାର ମିଳିବ। ନଚେତ୍ ଦଣ୍ଡ ବିଧାନ ହେବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଧାନସଭାରେ ଏକ ବିଲ୍ ଆସିବ ତା’ପରେ କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।

ସେହିପରି ରାଜ୍ୟରେ ୮୦୦୦ବିଜୁ ଯୁବବାହିନୀ, ୬୮୦୦ ଗ୍ରାମପଞ୍ଚାୟତ ଗଠନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comment