ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର୍ ମେହେନ୍ଦି ଗିରଫ। ବିଦେଶକୁ ମାନବ ଚାଲାଣ ଅଭିଯୋଗରେ ପଟିଆଲା କୋର୍ଟ ତାଙ୍କୁ ୨ବର୍ଷ ଦଣ୍ଡ ଶୁଣାଇଛନ୍ତି। ପରେ ତାଙ୍କୁ ଗିରଫ କରାଯାଇଛି।
ପଞ୍ଜାବୀ ଗାୟକ ଦଲେର୍ ମେହେନ୍ଦି ମାନବ ଚାଲାଣ ଅଭିଯୋଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଜାବର ପଟିଆଲା କୋର୍ଟ ଦଲେରଙ୍କୁ ଦୁଇ ବର୍ଷର ସଜା ଶୁଣାଇଛନ୍ତି । ସଜା ଶୁଣାଯିବା ପରେ ଦଲେର୍ଙ୍କୁ ଗିରଫ କରାଯାଇଛି। ଦୀର୍ଘ ୧୫ବର୍ଷ ପରେ ଦଲେର୍ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ବଖସିସ୍ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଦଲେର ମେହେନ୍ଦିଙ୍କୁ ବିରୋଧରେ ମାମଲା ଋଜ୍ଜୁ ହୋଇଥିଲା।
ଦଲେର ମେହେନ୍ଦି ନିଜ ସୋ’ ପାଇଁ ଯେତେବେଳେ ବିଦେଶ ଯାଉଥିଲେ ସେତେବେଳେ ନିଜ ସହଯୋଗୀ ଭାବେ ଅନେକ ଲୋକଙ୍କୁ ନେଇ ଯାଉଥିଲେ। ବିଦେଶ ବୁଲାଇ ନେବା ବାହାନାରେ ଦଲେର୍ ଲୋକଙ୍କ ଠାରୁ ବହୁ ଅର୍ଥ ଆଦାୟ କରୁଥିଲେ। ୧୯୮୮-୯୯ ମଧ୍ୟରେ ନିଜ ଭାଇଙ୍କ ସହ ମିଶି ଦଲେର୍ ଏହି କାର୍ଯ୍ୟ ସମ୍ପାଦିତ କରୁଥିଲେ।
ପ୍ରଥମେ ୧୯ ଡିସେମ୍ବର ୨୦୦୩ରେ ବିଦେଶକୁ ବେଆଇନ ଭାବେ ମାନବ ଚାଲାଣ କରୁଥିବା ଶମସେର୍ ମେହେନ୍ଦିଙ୍କ ବିରୋଧରେ ମାମଲା ଋଜ୍ଜୁ ହୋଇଥିଲା। ଶମସେର୍ ହେଉଛନ୍ତି ଦଲେର୍ ମେହେନ୍ଦିଙ୍କ ବଡ଼ ଭାଇ। ପଚରାଉଚୁରା ସମୟରେ ଦଲେରଙ୍କ ନାଁ ମଧ୍ୟ ଏହି ମାମଲାରେ ଆସିଥିଲା। ୨୦୦୩ରେ ମଧ୍ୟ ତାଙ୍କ ନାମରେ କେସ ଋଜ୍ଜୁ କରାଯାଇଥିଲା।
ଦୀର୍ଘ ୧୫ବର୍ଷ ପରେ ଶୁକ୍ରବାରଦିନ ଏହି ମାମଲାର ନିଷ୍ପତ୍ତି ନେଇଛନ୍ତି ମାନ୍ୟବର କୋର୍ଟ।
ମୋଟ ୩୧ଟି ଏଭଳି ମାମଲା ତାଙ୍କ ନାଁରେ ରହିଛି। ପ୍ରଥମ ମାମଲା ଆମେରିକାରେ ୨୦୦୩ରେ ଲଗାଯାଇଥିଲା।








ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର୍ ମେହେନ୍ଦି ଗିରଫ। ବିଦେଶକୁ ମାନବ ଚାଲାଣ ଅଭିଯୋଗରେ ପଟିଆଲା କୋର୍ଟ ତାଙ୍କୁ ୨ବର୍ଷ ଦଣ୍ଡ ଶୁଣାଇଛନ୍ତି। ପରେ ତାଙ୍କୁ ଗିରଫ କରାଯାଇଛି।








