ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ବିନା କାର୍ଡ ଓ ପିନ୍ରେ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେବଳ ଟିପ ଚିହ୍ନ ମାରି ଏଟିଏମ୍ରୁ ଟଙ୍କା ଉଠାଇପାରିବେ। ଏଭଳି ସୁବିଧା ଖୁବଶିଘ୍ର ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ହେବାକୁ ଯାଉଛି।
ଭାରତ ସରକାର ଏକ ଏମିତି ଏଟିଏମ୍ ମେସିନ୍ ବାହାର କରିଛନ୍ତି ଯାହାଦ୍ଵାରା ଆପଣ କେବଳ ଫିଙ୍ଗର ଫ୍ରିଣ୍ଟ୍ ଦ୍ଵାରା ଏଟିଏମରୁ ଟଙ୍କା ବାହାର କରିପାରିବେ।
ଏହି ଏଟିଏମ୍ ସୌର ଶକ୍ତି ଦ୍ଵାରା ପରିଚାଳିତ ହେବ। କେବଳ ଏତିକି ନୁହେଁ, ଟିପ ଚିହ୍ନ ମାରି ଏହି ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ।
ଏହି ମେସିନର ଆଦିରୂପ ପ୍ରସ୍ତୁତ ହେବା ପରେ ଦେଶର ବିଭିନ୍ନ ଯାଗାରେ ଏଭଳି ଏଟିଏମ୍ ବ୍ୟବହାର ପାଇଁ ଛଡ଼ାଯିବ। ଦେଶରେ ବିଭିନ୍ନ ଦୁର୍ଗମ ଅଞ୍ଚଳ ଯେଉଁଠି ବିଜୁଳି ଲପଲବ୍ଧ ନାହିଁ, ସେହିସବୁ ଇଲାକାରେ ଏହି ଏଟିଏମ୍ ମେସିନ ବେଶ୍ ଲାଭପ୍ରଦ ହେବ।
କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ସୌରଶକ୍ତି ଦ୍ଵାରା ପରଚାଳିତ ଏହି ଏଟିଏମ୍ର ଆଦିରୂପ ଦେଖି ଦେଶର ବଡ଼ ବଡ଼ ବ୍ୟାଙ୍କ ଏହାକୁ ଲଗାଇବାକୁ ଆଗ୍ରହ ଦେଖାଇଛନ୍ତି।
ଯେଉଁ ଇଲାକାରେ ଲୋକ ବିଜୁଳି ସମସ୍ୟା ଭୋଗୁଛନ୍ତି ସେଭଳି ଇଲାକାରେ ସୌର ଓ୍ଵାଟର୍ ପ୍ୟୁରିଫାୟର୍, ସୂର୍ଯ୍ୟଜ୍ୟୋତି ଓ ସୋଲାର ଜ୍ୟାକେଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।
ସୋଲାର୍ ଜ୍ୟାକେଟ୍ ସହାୟତାରେ ମୋବାଇଲ୍ ଓ ଟର୍ଚ୍ଚ ସହଜରେ ଚାର୍ଜ କରିଯାଇପାରିବ। ଏହି ଜ୍ୟାକେଟ୍ର ମୂଲ୍ୟ ୪୦୦୦ଟଙ୍କା ରହିଛି।
ଆଗାମୀ ୩-୪ମାସ ମଧ୍ୟରେ ସୌର ଏଟିଏମକୁ ବ୍ୟବସାୟିକ ଭାବେ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସମେତ ଅନେକ ବଡ଼ ବ୍ୟାଙ୍କ ଏହି ଏଟିଏମକୁ ନେଇ ରୁଚି ଦେଖାଇଛନ୍ତି। ଦେଶର ସର୍ବବୃହତ ବ୍ୟାଙ୍କ୍ ହେଉଛି ଏସବିଆଇ। ଯଦି ଏସବିଆଇ ଏହି ଏଟିଏମ୍ ଲଗାଇବାକୁ ନିଷ୍ପତ୍ତି ନିଏ ତେବେ ଦେଶର ଅନେକ ଲୋକଙ୍କୁ ଫାଇଦା ମିଳିବ।








ଏଣିକି ବିନା କାର୍ଡ ଓ ପିନ୍ରେ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେବଳ ଟିପ ଚିହ୍ନ ମାରି ଏଟିଏମ୍ରୁ ଟଙ୍କା ଉଠାଇପାରିବେ। ଏଭଳି ସୁବିଧା ଖୁବଶିଘ୍ର ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ହେବାକୁ ଯାଉଛି।








