ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୫ଥର ପାଇଁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
  • ଭାରତୀୟ ଜାତୀୟ ବିଜ୍ଞାନ କଂଗ୍ରେସର ସଭାପତି ଅଛନ୍ତି ଅଚ୍ୟୁତ ସାମନ୍ତ
  • ଦେଶର ପ୍ରାୟ ୫ହଜାର ପ୍ରତିନିଧି ଯୋଗ ଦେଇଛନ୍ତି
  • ୫ହଜାର ପ୍ରତିନିଧିଙ୍କ ମଧ୍ୟରେ ୨ ହଜାର ବୈଜ୍ଞାନିକ
  • ଆଗାମୀ ୧୮ ତାରିଖ ଯାଏଁ ଚାଲିବ

ମଣିପୁର ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ। ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶର ସମୃଦ୍ଧି ଓ ବିକାଶ ପାଇଁ ଉନ୍ନତ ସୂଚନା ଓ ପ୍ରଯୁକ୍ତବିଦ୍ୟା ଲାଗୁ କରାଯିବା ନେଇ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଲଗାତାର ପଞ୍ଚମଥର ପାଇଁ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଷ୍ଟିଫେନ ହକିଙ୍ଗଙ୍କୁ ମନେ ପକାଇଛନ୍ତି। “ହକିଙ୍ଗ ଦୁଇ ଥର ଭାରତକୁ ଆସିଥିବା ବେଳେ ସେ ଭାରତର ଜଣେ ଭଲ ବନ୍ଧୁ ଥିଲେ। ଭାରତ ପାଇଁ ହକିଙ୍ଗ ପ୍ରେରଣାର ଉତ୍ସ ଥିଲେ”, କହିଛନ୍ତି ମୋଦି।

ଯୁବପିଢିଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତନର ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କୁ ପ୍ରତିଦିନ ୧୦୦ ବିଜ୍ଞାନ ଛାତ୍ରଙ୍କ ସହ ୧୦୦ଘଣ୍ଟା ବିତାଇବା ପାଇଁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଛନ୍ତି।

୨୦୨୨ ମସିହା ମଧ୍ୟରେ ୧୦୦ଗିଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ସୌର ଶକ୍ତି ସ୍ଥାପନର ଲକ୍ଷ୍ୟ ରଖାଯାଇଛି।

“୧୯୪୪ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଣିପୁରରୁ ସ୍ୱାଧିନତା ଲଢେଇ ଆରମ୍ଭ କରିଥିଲେ ଏବଂ ଏବେ ବିଜ୍ଞାନ କଂଗ୍ରେସର ସାମିଲ ହୋଇଥିବା ବୈଜ୍ଞାନିକଙ୍କ ମଧ୍ୟରେ ବି ସେହି ଉତ୍ସାହ ଦେଖିବାକୁ ମିଳିଛି।

ଜଳବାୟୁ ପରିବର୍ତ୍ତନ ଦିଗରେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି” କହିଛନ୍ତି ମୋଦି।

ଭାରତୀୟ ଜାତୀୟ ବିଜ୍ଞାନ କଂଗ୍ରେସର ସଭାପତି ଅଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଶିଷ୍ଟ ଶିକ୍ଷାବିତ ଅଚ୍ୟୁତ ସାମନ୍ତ।

ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୫ହଜାର ପ୍ରତିନିଧି ଯୋଗ ଦେଇଛନ୍ତି। ୫ହଜାର ପ୍ରତିନିଧିଙ୍କ ମଧ୍ୟରେ ୨ ହଜାର ବୈଜ୍ଞାନିକ ଅଛନ୍ତି। ଭାରତୀୟ ବିଜ୍ଞାନ କଂଗ୍ରେସ ଆଗାମୀ ୧୮ ତାରିଖ ଯାଏଁ ଚାଲିବ।

Comment