ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିମ୍ବାୱେର ରାଜଧାନୀ ହରାରେଠାରେ ଖେଳାଯାଉଛି ବିଶ୍ଵକପ୍ କ୍ଵାଲିଫାୟାର୍ ମୁକାବିଲା। ଏକଦିବସୀୟ କ୍ରିକେଟର ୪୦୦୦ତମ ମ୍ୟାଚ୍ ହଂକଂ ଓ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି।

ହଂକଂ ଓ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି ବିଶ୍ଵକପ୍ କ୍ଵାଲିଫାୟାର୍ ମୁକାବିଲା। ଦୁଇ ଦେଶର କ୍ରିକେଟ୍ ଭବିଷ୍ୟତକୁ ନେଇ ଏହି ମ୍ୟାଚ୍ ଗୁରୁତ୍ଵ ବହନ କରୁଥିବା ବେଳେ ଆଉ ଏକ କାରଣ ପାଇଁ ମଧ୍ୟ ଏହି ମ୍ୟାଚ୍ ଖାସ୍ ହୋଇପଡ଼ିଛି। ଏହି ମ୍ୟାଚ୍‌ଟି ଏକଦିବସୀୟ କ୍ରିକେଟର ୪୦୦୦ତମ ମ୍ୟାଚ୍।

ମ୍ୟାଚ୍ ଆରମ୍ଭ ହେବା କ୍ଷଣି ଏହି ମ୍ୟାଚ୍ ରେକର୍ଡ ବହିରେ ସାମିଲ ହୋଇଯାଇଛି। ଏକଦିବସୀୟ କ୍ରିକେଟ ଆରମ୍ଭ ହେବାର ୪୭ ବର୍ଷ ବିତିଗଲାଣି। ୧୯୭୧ ମସିହାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମେଲବର୍ଣ୍ଣ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା।

ଏକଦିବସୀୟ ମାଇଲଷ୍ଟୋନ୍

  • ପ୍ରଥମ ମ୍ୟାଚ୍- ୫ ଜାନୁଆରୀ ୧୯୭୧, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ, ମେଲବର୍ଣ୍ଣ, ବିଜୟ-ଅଷ୍ଟ୍ରେଲିଆ
  • ୧୦୦୦ତମ ମ୍ୟାଚ୍-୨୪ ମେ ୧୯୯୫, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍, ନର୍ଟିଂହମ, ବିଜୟ-ୱେଷ୍ଟଇଣ୍ଡିଜ୍
  • ୨୦୦୦ତମ ମ୍ୟାଚ୍-୧୦ଏପ୍ରିଲ୍ ୨୦୦୩, ପାକିସ୍ତାନ ଓ ଜିମ୍ବାୱେ ସାରଜା, ବିଜୟ-ପାକିସ୍ତାନ
  • ୩୦୦୦ତମ ମ୍ୟାଚ୍-୨୨ ଜୁନ୍ ୨୦୧୦, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ, ସାଉଥହମ୍ପଟନ୍, ବିଜୟ- ଇଂଲଣ୍ଡ
  • ୪୦୦୦ତମ ମ୍ୟାଚ୍-୧୭ ମାର୍ଚ୍ଚ ୨୦୧୮,ହଂକଂ ଓ ପାପୁଆ ନ୍ୟୁ ଗିନି, ହରାରେ

Comment