ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜାରକୁ ଆସିବ ୧୦ ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ଦେଶରେ ୫ଟି ସ୍ଥାନରେ ପ୍ଲାଷ୍ଟିକ ୧୦ ଟଙ୍କିଆ ନୋଟ୍‌ର କ୍ଷେତ୍ର ପରୀକ୍ଷଣ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଦେଶର ୫ଟି ସହରରେ ପରୀକ୍ଷାମୂଳକ ଭିତ୍ତିରେ ଏହି ୧୦ ଟଙ୍କିଆ ନୋଟ ଛଡାଯିବ। ଏହି ୫ ସହର ମଧ୍ୟରେ ରାଜଧାନୀ ଭୁବନେଶ୍ୱର ରହିଛି। ଅନ୍ୟ ସହରଗୁଡିକ ହେଲା କୋଚି, ମହୀଶୁର, ଜୟପୁର ଓ ସିମଲା।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ୍‌ ଦେଶରେ ପ୍ଲାଷ୍ଟିକ ନୋଟ୍‌ ପ୍ରଚଳନ ସମ୍ପର୍କରେ ସଂସଦରେ କହିଛନ୍ତି।

ଏହି ନୋଟ୍‌ ପାଇଁ ବିଦେଶରୁ ସାମଗ୍ରୀ ଆମଦାନି ହେବ ଏବଂ ଭାରତୀୟ ନୋଟ୍‌ ଛାପା କାରଖାନା ଗୁଡ଼ିକରେ ଏହା ଛପାଯିବ।

ଅନ୍ୟପକ୍ଷରେ ନିକଟ ଭବିଷ୍ୟତରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବା ନେଇ କୌଣସି ଯୋଜନା ନ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here