ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟ୍ରେ ହ୍ୱାଟସ୍‌ ଆପ୍‌। ଭାରତୀୟ ହ୍ୱାଟସ୍‌ ଆପ୍‌ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଚୀନ୍ ତଥ୍ୟ ଚୋରି କରୁଥିବା ଭାରତୀୟ ସେନା ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ବ୍ୟାଙ୍କ ଆକାଉଣ୍ଟ ଏବଂ ଇମେଲ ପରେ ଏବେ ହ୍ୟାକର୍ସମାନେ ହ୍ୱାଟସ୍‌ଆପ୍‌କୁ କରିଛନ୍ତି ଟାର୍ଗେଟ୍। ବିଶେଷକରି ଭାରତୀୟ ହ୍ୱାଟସ୍‌ଆପ୍‌ ୟୁଜର୍ସଙ୍କ ଆକାଉଣ୍ଟକୁ ହ୍ୟାକ କରୁଛନ୍ତି ହ୍ୟାକର୍। ଚୀନର ହ୍ୟାକର୍ସମାନେ ଏଭଳି ମା଼ୟା ଜାଲ ବିଛାଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଭାରତୀୟ ସେନାର ଏଡିଜି ପିଆଇ ଟୁଇଟର ଜରିଆରେ ଏକ ଭିଡିଓ ଜାରି କରି ହ୍ୱାଟସ୍‌ଆପ୍‌ ବ୍ୟବହାରକାରୀଙ୍କୁ ଏହି ସତର୍କ ସୂଚନା ଦେଇଛନ୍ତି।

ସାଧାରଣ ଜନତା ଏବଂ ସେନା ବାହିନୀ ସଜାଗ ରହିବାକୁ ଟୁଇଟର୍‌ରେ ପରାମର୍ଶ ଦିଆଯାଇଛି।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି, “ସଜାଗ, ସତର୍କ ଏବଂ ସୁରକ୍ଷିତ ରୁହ। ନିୟମିତ ନିଜର ଏବଂ ଗ୍ରୁପରେ ମ୍ବେରସିପ୍‌ ଚେକ୍‌ କର। +୮୬ ନମ୍ବରରୁ ଆସୁଥିବା କୌଣସି ମେସେଜକୁ ଗ୍ରହଣ କରନାହିଁ। କାରଣ ଏହି ନମ୍ବର ଚୀନର।”

ଇନଷ୍ଟାଣ୍ଟ ମେସେଜ ଆପ୍‌ ଭାବରେ ହ୍ୱାଟସ୍‌ଆପ୍‌ ସମଗ୍ର ବିଶ୍ୱରେ ବେଶ୍ ଆଦରଣୀୟ ହୋଇପାରିଛି। ସାରା ବିଶ୍ୱରେ ୧ ଆରବରୁ ଅଧିକ ୟୁଜର୍ସ ହ୍ୱାଟସ୍‌ଆପ୍‌ ବ୍ୟବହାର କରୁଛନ୍ତି।

ଟୁଇଟର୍‌ରେ ଭାରତୀୟ ସେନା ପକ୍ଷରୁ ଆହୁରି କୁହାଯାଇଛି ଯେ ଯଦି ଆପଣ ହ୍ୱାଟସ୍‌ଆପ୍‌ରେ ଥିବା ସିମ୍ ବଦଳାଉଛନ୍ତି ତାହାଲେ ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଅନ୍ତୁ। ଯଦି ଅନ୍ୟ କୌଣସି ନମ୍ବରକୁ ହ୍ୱାଟସ୍‌ଆପ୍‌ ବଦଳାଉଛନ୍ତି ତାହାଲେ ଗ୍ରୁପ୍ ଆଡମିନଙ୍କୁ ଏବାବଦରେ ତୁରନ୍ତୁ ଜଣାନ୍ତୁ।

ଟୁଇଟର୍‌ରେ ଭାରତୀୟ ସେନା ପକ୍ଷରୁ ଜାରି କରାଯାଇଥିବା ଭିଡିଓ :

Comment