ଓଡ଼ିଶାଲାଇଭ୍‌ ବ୍ୟୁରୋ

ସହିଦ୍‌ ପିଲାମାନଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।

ସହିଦ୍ ପିଲାମାନଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ କିମ୍ବା ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ, ମିଲିଟାରୀ ସ୍କୁଲ, ସୈନିକ ସ୍କୁଲରେ ପଢ଼ୁଥିବା ସହିଦ୍ ପିଲାମାନଙ୍କୁ ଏହି ସୁବିଧା ମିଳିବ।

ପୂର୍ବରୁ ସହିଦ ପିଲାମାନଙ୍କ ପାଠପଢ଼ା ପାଇଁ ମାସିକ ୧୦ ହଜାର ଟଙ୍କା ଦେଉଥିଲେ କେନ୍ଦ୍ର ସରକାର। ଏବେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।

୨୦୧୭ ସେପ୍ଟେମ୍ବର ୧୩ରେ ସହିଦ ପିଲାଙ୍କୁ ପାଠପଢ଼ା ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିରକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ହେଲେ ଏହାକୁ ବର୍ଷକ ପରେ ପ୍ରତ୍ୟାହାର କରିନିଆ ଯାଇଥିଲା। ଏବେ ପ୍ରତିରକ୍ଷା ବିଭାଗ ନୂଆ ପଦକ୍ଷେପ ନେଇଛି। ସହିଦ ପିଲାଙ୍କ ପାଠପଢ଼ା ଖର୍ଚ୍ଚ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବା ପାଇଁ ନିଷ୍ପତ୍ତି ହେବା ପରେ ସହିଦ୍ ଯବାନଙ୍କ ପରିବାର ଏହାକୁ ସ୍ୱାଗତ କରିଛନ୍ତି।

Comment