ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ହକି ଖେଳିବାକୁ ଯାଉଛନ୍ତି। ହେଲେ ରିୟଲରେ ନୁହେଁ ରିଲରେ ହକି ଖେଳିବେ ଅନୁଭବ।
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କିଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ବାୟୋପିକ ସିନେମା। ଏଥିରେ ଦିଲ୍ଲୀପଙ୍କ ଭୂମିକାରେ ନଜର ଆସିବେ ଅଭିନେତା ଅନୁଭବ ମହାନ୍ତି।
ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକି ପୂର୍ବରୁ ରାଜ୍ୟସଭା ସାଂସଦ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରାଯିବ।
“ହକି ଇତିହାସରେ ଓଡ଼ିଶାର ସ୍ୱର୍ଣ୍ଣିମ ଗୌରବକୁ ଫେରାଇ ଆଣିବା ପାଇଁ ବିଶ୍ୱକପ୍ ସମୟରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ର ଭବିଷ୍ୟତ ପିଢ଼ିଙ୍କୁ ହକି ପାଇଁ ପ୍ରୋତ୍ସାହିତ କରାଇବ” କହିଛନ୍ତି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।
ଏହି ଚଳଚ୍ଚିତ୍ର ପାଇଁ କାହାଣୀ ଲେଖା ସରିଥିବା ବେଳେ ସଂସଦର ବଜେଟ ଅଧିବେଶନ ପରେ ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଏହି ଚଳଚ୍ଚିତ୍ରରେ ହକି ଓ ଦିଲ୍ଲୀପଙ୍କ ସଂଘର୍ଷ ବ୍ୟତୀତ କିଛି ଅକୁହା କଥା ମଧ୍ୟ ଦର୍ଶକ ଦେଖିବାକୁ ପାଇବେ।
ଦିଲ୍ଲୀପ ତିର୍କି ପେନାଲଟି କର୍ଣ୍ଣର ବିଶେଷଜ୍ଞ ଭାବେ ଜଣାଶୁଣା ଥିଲେ। ସେ ସମ୍ମାନଜନକ ପଦ୍ମଶ୍ରୀ, ଅର୍ଜୁନ ଓ ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। ଏପ୍ରିଲ ୩ ତାରିଖରେ ଦିଲ୍ଲୀପଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରୁଛି।








ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ହକି ଖେଳିବାକୁ ଯାଉଛନ୍ତି। ହେଲେ ରିୟଲରେ ନୁହେଁ ରିଲରେ ହକି ଖେଳିବେ ଅନୁଭବ।









Anubhav mahanty is the best superstar of our odisha & anubhav is best choice of this movie.