ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଲ୍‌ରେ ଥାଇ ବି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ମୁଣ୍ଡବିନ୍ଧା କମିନି। ଚାରା ଘୋଟାଲାର ଚତୁର୍ଥ କେସରେ ଦୋଷୀ ସାବ୍ୟସ୍ତ ହୋଇ  ଲାଲୁଙ୍କୁ ୧୪ ବର୍ଷ ଜେଲ ସାଙ୍ଗକୁ ୬୦ଲକ୍ଷ ଟଙ୍କାର ଜରିମନା ଲାଗିଛି।

ଚାରା ଘୋଟାଲାର ଚତୁର୍ଥ କେସରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଦଣ୍ଡାଦେଶ ଶୁଣାଣି ହୋଇଛି। ଲାଲୁଙ୍କୁ ୧୨୦ ଓ  ପିସି ଆକ୍ଟ ଅନୁଯାୟୀ ୭-୭ ବର୍ଷ ତଥା ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏଥିସହିତ ୩୦-୩୦ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଦୁମକା କୋଷାଘର କେସର ଚତୁର୍ଥ ମାମଲାରେ ରାଞ୍ଚିସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାୟ ଶୁଣାଇ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ଦୋଷମୁକ୍ତ କରାଯାଇଛି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ୬ ଟି ମାମଲା ଚାଲିଛି । ଆଉ ବର୍ତ୍ତମାନ ସୁଦ୍ଧା ସେ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି ।

ପ୍ରଥମ ମାମଲାରେ ଲାଲୁଙ୍କୁ ୫ ବର୍ଷ , ଦ୍ୱିତୀୟ ମାମଲାରେ ସାଢ଼େ ୩ ବର୍ଷ ଏବଂ ତୃତୀୟ ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।ଲାଲୁ ଏବେ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ଅଛନ୍ତି ।

୧୯୯୨-୯୩ ମସିହାରେ ଚାଇବାସା କୋଷାଗାରରେ ନକଲି କାଗଜପତ୍ର ମାଧ୍ୟମରେ ବେଆଇନ ଭାବେ ୩୩.୬୭ କୋଟି ଟଙ୍କା ହଡ଼ପ କରାଯିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୧୯୯୬ରେ ମାମଲା ରୁଜୁ ହୋଇଥିଲା। ଘଟଣାରେ ମୋଟ ୭୬ଜଣ ଅଭିଯୁକ୍ତ ରହିଥିଲେ। ଗୋଖାଦ୍ୟ ପାଇଁ ଲାଲୁ, ବେଆଇନ୍ ଭାବେ ଜାଲ୍ କାଗଜପତ୍ର ଦେଖାଇ ବେଆଇନ ଟଙ୍କା ଉଠାଇଥିଲେ । ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର। ସେ ଚତୁର୍ଥ କେସରେ ଦୋଷମୁକ୍ତ ଅଛନ୍ତି। ଏହି ମାମଲାର ଶୁଣାଣି ଜାରି ରହିଥିବାବେଳେ ୧୪ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ଏବଂ ୨ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ।

 

Comment