ଓଡ଼ିଶାଲାଇଭ୍ ବ୍ୟୁରୋ
ଶସ୍ତା ହୋଇଛି ବିମାନ ଯାତ୍ରା। ମାତ୍ର ୧୯୯୯ ଟଙ୍କାରେ ବିଦେଶ ଯାତ୍ରା କରିବା ସହ ୮୪୯ଟଙ୍କାରେ ଭାରତର ୧୩ଟି ସହରକୁ ବିମାନରେ ଯାତ୍ରା କରିପାରିବେ। ବିମାନଯାତ୍ରୀଙ୍କୁ ଏମିତି ଲୋଭନୀୟ ଅଫର୍ ଦେଇଛି ଏୟାର ଏସିଆ।
ଯଦି ଆପଣ ବିଦେଶ ଯାତ୍ରା କରିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏୟାର ଏସିଆ ଆଣିଦେଇଛି ଲୋଭନୀୟ ଅଫର୍। ମାତ୍ର ୧୯୯୯ଟଙ୍କା ଖର୍ଚ୍ଚ କରି ବିଦେଶ ବୁଲିପାରିବେ। କେବଳ ଏତିକି ନୁହେଁ ଭାରତର ୧୩ଟି ସହରକୁ ମାତ୍ର ୮୪୯ଟଙ୍କାରେ ଯାତ୍ରା କରିପାରିବେ।
ଏହି ଅଫର୍ ୨୦୧୮ ଅକ୍ଟୋବରରୁ ୨୦୧୯ମାର୍ଚ୍ଚ ପର୍ଯ୍ୟନ୍ତ ବିଦେଶ ଯାତ୍ରା କରୁବାକୁଥିଲେ ୭ମାସ ପୂର୍ବରୁ ଅର୍ଥାତ୍ ୨୬ମାର୍ଚ୍ଚରୁ ୧ଏପ୍ରିଲ ମଧ୍ୟରେ ଆପଣ ଟିକେଟ ବୁକ୍ କରାଇନିଅନ୍ତୁ।
ଏହି ୭ଦିନ ମଧ୍ୟରେ ଆପଣ ଟିକେଟ୍ ବୁକ୍ କଲେ ୨୦୧୮ ଅକ୍ଟୋବରରୁ ୨୦୧୯ମାର୍ଚ୍ଚ ମଧ୍ୟରେ ବିଦେଶ ଯାତ୍ରାର ଲାଭ ଉଠାଇ ପାରିବେ।
ଏହି ଅଫର ମୁତାବକ ବିଦେଶ ଯାତ୍ରାର ଟିକେଟ୍ ବୁକିଂ ପାଇଁ ଟିକେଟ୍ ମୂଲ୍ୟ ୧୯୯୯ରୁ ଆରମ୍ଭ ହେଉଛି। ସେହିପରି ଘରୋଇ ଉଡ଼ାଣ ପାଇଁ ଆପଣଙ୍କୁ ୮୪୯ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ଏହା ଦେଶର ୧୩ଟି ସହର ପାଇଁ ଲାଗୁ ହୋଇଛି। ଜୟପୁର, ଭୁବନେଶ୍ଵର, ନାଗପୁର, ଇନ୍ଦୋର, ହାଇଦ୍ରାବଦ, ପୁନେ, ଗୌହାଟୀ, ଚେନ୍ନାଇ ଓ କୋଲକାତା, ବେଙ୍ଗାଳୁରୁ ଓ ରାଞ୍ଚି ସହର ପାଇଁ ଉପଲବ୍ଧ ରହିବ। ସେହିପରି ବିଦେଶ ଯାତ୍ରାର ଅଫର ସୀମିତ କିଛି ଦେଶ କୁଆଲାମପୁର, ମେଲବର୍ଣ୍ଣ ଓ ବ୍ୟାଙ୍କକ ଯାତ୍ରା କରିପାରିବେ।
ଯଦି ଆପଣ ଏହି ଅଫରର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଏୟାର ଏସିଆର ୱେବସାଇଟକୁ ଯାଇ ବୁକ୍ କରାଇବାକୁ ପଡ଼ିବ। ଏହାଛଡ଼ା ଏୟାର୍ ଏସିଆର ଆପ୍ ଦ୍ଵାରା ବି ଆପଣ ବୁକ୍ କରାଇପାରିବେ।








ଶସ୍ତା ହୋଇଛି ବିମାନ ଯାତ୍ରା। ମାତ୍ର ୧୯୯୯ ଟଙ୍କାରେ ବିଦେଶ ଯାତ୍ରା କରିବା ସହ ୮୪୯ଟଙ୍କାରେ ଭାରତର ୧୩ଟି ସହରକୁ ବିମାନରେ ଯାତ୍ରା କରିପାରିବେ। ବିମାନଯାତ୍ରୀଙ୍କୁ ଏମିତି ଲୋଭନୀୟ ଅଫର୍ ଦେଇଛି ଏୟାର ଏସିଆ।








