ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନା ଜାହାଁଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧରେ ଆସିଛି ଆଉ ଏକ ଟ୍ଵିଷ୍ଟ୍।  

ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ସାମି ରବିବାର ଡେରାଡୁନରୁ ଅଭ୍ୟାସ ସାରି ଫେରୁଥିବାବେଳେ କାର୍ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା। ସ୍ଵାମୀଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ତାଙ୍କୁ ଭେଟିବା ପାଇଁ ବ୍ୟାକୁଳିତ ହୋଇପଡ଼ିଛନ୍ତି ପତ୍ନୀ ହସିନା ଜାହାଁ।

“ମୋ ଉପରେ ହୋଇଥିବା ଅନ୍ୟାୟ ବିରୋଧରେ ମୁଁ ଲଢ଼େଇ କରୁଛି। ହେଲେ ଶାରୀରିକ ଭାବେ ସାମିଙ୍କ କୌଣସି କ୍ଷତି ଘଟୁ ଚାହେଁନି। ସେ ମୋତେ ସ୍ତ୍ରୀ ରୂପରେ ଗ୍ରହଣ କରିନପାରନ୍ତି। କିନ୍ତୁ ଏବେ ବି ମୁଁ ତାଙ୍କୁ ବହୁତ ଭଲପାଉଛି। କାରଣ ସେ ମୋ ସ୍ଵାମୀ। ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ଝିଅ ସହ ତାଙ୍କୁ ଭେଟିବାକୁ ଚାହୁଁଛି।  ହେଲେ ସେ ମୋ ଫୋନ୍ ଉଠାଉନାହାନ୍ତି। ତାଙ୍କ ପରିବାର ଲୋକ ମଧ୍ୟ ସେ କେଉଁଠି ଅଛନ୍ତି ମୋତେ ଜଣାଉ ନାହାନ୍ତି। ତାଙ୍କୁ ନ ଭେଟି ପାରି ଅସହାୟ ମନେ କରୁଛି”, କହିଛନ୍ତି ହସିନ୍।

ମହମ୍ମଦ ସାମିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନ। ଧୋକା, ମ୍ୟାଚ୍ ଫିକ୍ସିଙ୍ଗ୍ ଭଳି ଅଭିଯୋଗ ସ୍ଵାମୀଙ୍କ ବିରୋଧରେ ଆଣିଛନ୍ତି ସେ। ସାମି ମୋତେ ଛାଡ଼ି ବଲିଉଡ଼ର ଜଣେ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ସାମି ଓ ତାଙ୍କ ପରିବାର ବିରୋଧରେ ମାମଲା ଦରଜ କରାଇଥିଲେ ହସିନ୍।

Comment