ଓଡ଼ିଶାଲାଇଭ୍‌ ବ୍ୟୁରୋ

କପୁର ଖାନ୍‌ଦାନ୍‌ର ଅଳିଅଳି ଝିଅ ସୋନମ କପୁର ଖୁବଶୀଘ୍ର ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ମେ ମାସ ୧୧ ଏବଂ ୧୨ ତାରିଖରେ ସ୍ୱିଜର୍‌ଲ୍ୟାଣ୍ଡର ଜେନିଭା ସହରରେ ସେ ବିବାହ କରିବେ।

କିଛି ଦିନ ତଳେ ଗୋପନରେ ବିବାହ କରିଥିଲେ ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା । ତାଙ୍କ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଆଉ ଜଣେ ବଲିଉଡ଼ କଳାକାରଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କପୁର ଖାନ୍‌ଦାନ୍‌ର ଅଳିଅଳି ଝିଅ ସୋନମ କପୁର ଖୁବଶୀଘ୍ର ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘଦିନ ଧରି ନିଜ ବିବାହ ଦିନକୁ ଗୋପନ ରଖିଥିବା ସୋନମ ଏହାର ଖୁଲାସା କରିଛନ୍ତି ।

ବିବାହ ଦିନ ଘୋଷଣା କରିବା ସହ କେଉଁ ଦେଶରେ ବିବାହ କରିବେ ତାହା ମଧ୍ୟ ସେ ଜଣାଇଛନ୍ତି । ମେ ମାସ ୧୧ ଏବଂ ୧୨ ତାରିଖରେ ସ୍ୱିଜର୍‌ଲ୍ୟାଣ୍ଡର ଜେନିଭା ସହରରେ ସେ ବିବାହ କରିବେ।

ହିନ୍ଦୁ ଧର୍ମ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ସହ ପିତା ଅନିଲ କପୁର ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

କିଛିଦିନ ତଳେ ସେ କୋଲକାତାର ଏକ ସୋରୁମ୍‌ରୁ ଆନନ୍ଦଙ୍କ ମା’ଙ୍କ ସହ ଗହଣା କିଣୁଥିବାର ଦେଖିବାକୁ ମିଳିଥିଲା । ତେବେ ବିରୁଷ୍କାଙ୍କ ଭଳି ନିଜ ବିବାହକୁ ସେ କେତେ ଚର୍ଚ୍ଚିତ କରାଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 

Comment