ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ଖବର। କିଛି ଲୋକ ଆଗ ପଛ ବିଚାର ନକରି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ବି ଦେଇଛନ୍ତି। ହେଲେ ଏହାକୁ ଗୁଜବ ବୋଲି କହିଛନ୍ତି ବିଭିନ୍ନ ଜାତୀୟ ଗଣମାଧ୍ୟମ।
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଟଳ ବିାହରୀ ବାଜପ଼େୟୀଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଗୁଜବ ଉଠିଛି। ବାଜପେୟୀଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇ ମାର୍ଚ୍ଚ ୨୯ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।
କିଛି ଲୋକ ବି ଏହି ଫଟୋରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜେପି ପକ୍ଷରୁ ଏହି ଖବର ଦିଆଯାଇଥିବା ସୋସିଆଲ ମିଡିଆରେ ଦାବି କରାଯାଉଛି। କିନ୍ତୁ ବିଜେପି ପକ୍ଷରୁ ଏମିତି ଖବର ଦିଆଯାଇ ନଥିବା ଜାତୀୟ ଗଣମାଧ୍ୟମ ଦାବି କରିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଖବରକୁ ଗୁଜବ କହିବା ସହ ଏଥିପ୍ରତି ଧ୍ୟାନ ନଦେବା ପାଇଁ ଜାତୀୟ ଗଣମାଧ୍ୟମରେ ନିବେଦନ କରାଯାଇଛି।
୨୦୧୫ରେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁକୁ ନେଇ ଏକ ଗୁଜବ ଉଠିଥିଲା। ବାଲେଶ୍ୱର ଜିଲ୍ଲାର ଏକ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଏହି ସୂଚନା ଦେଇଥିଲେ। ଫଳରେ ଏହି ଅଞ୍ଚଳର କିଛି ସ୍କୁଲ ମଧ୍ୟ ଛୁଟି କରାଯାଇଥିଲା।
ଏ ସମ୍ପର୍କରେ ଜିଲ୍ଲାପାଳ ଖବର ପାଇ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।
ବାଜପେୟୀ କିଛିଦିନ ହେଲା ଅସୁସ୍ଥ ଅଛନ୍ତି। ସେ ହ୍ୱିଲ୍ଚେୟାରରେ ସବୁବେଳେ ବସି ରହୁଛନ୍ତି।