ଓଡ଼ିଶାଲାଇଭ୍ ବ୍ୟୁରୋ
ସଲମାନ୍ ଖାନ୍ ଏବେ ଯୋଧପୁର ଜେଲରେ କଏଦୀ ନମ୍ବର-୧୦୬। ଅନ୍ୟ କଏଦୀଙ୍କ ଭଳି ସଲୁ ଆଜିଠାରୁ ବନ୍ଦୀ ଜୀବନ କାଟିବେ। ବାଇଗଣ ତରକାରୀ ସାଙ୍ଗକୁ ରୁଟି ଏବଂ ଡାଲି ଖାଇବେ ଏହି ବଲିଉଡ ଷ୍ଟାର।
ବଲିଉଡର ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ଏବେ ଯୋଧପୁର ଜେଲରେ। କୃଷ୍ଣସାର ମୃଗ ଶିକାର ମାମଲାରେ ଦବଙ୍ଗ ଖାନ୍ଙ୍କୁ ୫ ବର୍ଷ ଜେଲ ଦଣ୍ଡ ହୋଇଛି। ଆଜିଠାରୁ ସେ ଯୋଧପୁର ଜେଲ୍ରେ କଏଦୀ ନମ୍ବର-୧୦୬ ଭାବେ ବନ୍ଦୀ ଜୀବନ କାଟିବେ।
ଅନ୍ୟ କଏଦୀମାନେ ଜେଲ୍ରେ ଯାହା ଖାଉଛନ୍ତି ତାହା ହିଁ ଖାଇବେ ଦବଙ୍ଗ ଖାନ୍। ଗୁରୁବାର ରାତିରେ ସେ ବାଇଗଣ ତରକାରୀ, ଡାଲି ଏବଂ ରୁଟି ଖାଇବେ।
ଯୋଧପୁର ଜେଲ୍ ଡିଆଇଜି ବିକ୍ରମ ସିଂହ କହିଛନ୍ତି, “ଜେଲ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜେଲ୍ ଚାରିପଟେ ଅଧିକ ପୋଲିସ ମୁତୟନ କରାଯାଇଛି। ଅନ୍ୟ କଏଦୀମାନଙ୍କୁ ଜେଲ୍ରେ ଯାହା ଖାଇବାକୁ ଦିଆଯାଉଛି ତାହା ସଲମାନଙ୍କୁ ଦିଆଯିବ। ହାଇ ସିକ୍ୟୁରିଟି ସେଲ୍ରେ ସଲମାନଙ୍କୁ ରଖାଯିବ।”
କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍ ୨୦୦୬ରେ ଯୋଧପୁର ଜେଲରେ ରହିଥିଲେ।
କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିନେତା ସଲମାନ ଖାନ୍। ରାଜସ୍ଥାନର ଯୋଧପୁର ସେସନ୍ କୋର୍ଟ ଗୁରୁବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଓ ୧୦ହଜାର ଜରିମନା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ମାମଲାର ଅନ୍ୟ ଅଭିଯୁକ୍ତ ତବୁ, ସୋନାଲି ବେନ୍ଦ୍ରେ ଓ ସୈଫ ଅଲ୍ଲୀ ଖାନଙ୍କୁ କୋର୍ଟ ପକ୍ଷରୁ ଦୋଷମୁକ୍ତ କରାଯାଇଛି।
ଗତ ସପ୍ତାହରେ ଯୋଧପୁର ସିଜିଏମ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଏପ୍ରିଲ ୫ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସଲମାନଙ୍କ ବିରୋଧରେ କୋର୍ଟ ଜାମିନଯୁକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ତେଣୁ ସଲମାନ୍ ଦଣ୍ଡ ଘୋଷଣା ହେବା ପରେ ଜାମିନ୍ ଆବେଦନ କରିପାରନ୍ତି।








ସଲମାନ୍ ଖାନ୍ ଏବେ ଯୋଧପୁର ଜେଲରେ କଏଦୀ ନମ୍ବର-୧୦୬। ଅନ୍ୟ କଏଦୀଙ୍କ ଭଳି ସଲୁ ଆଜିଠାରୁ ବନ୍ଦୀ ଜୀବନ କାଟିବେ। ବାଇଗଣ ତରକାରୀ ସାଙ୍ଗକୁ ରୁଟି ଏବଂ ଡାଲି ଖାଇବେ ଏହି ବଲିଉଡ ଷ୍ଟାର।





