ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଡନୀ ରୋଗରେ ପୀଡ଼ିତ ଅଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଖୁବ୍‌ଶିଘ୍ର ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ କିଡନୀ ରୋଗ। ଖବର ଆସୁଛି ଯେ ତାଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇପାରେ। ଏମ୍ସର ଡାକ୍ତର ଓ ଜେଟଲିଙ୍କ ନିକଟ ସୂତ୍ରରୁ ଜଣାପଡ଼ିଛି ଯେ ସୋମବାରଠାରୁ ସେ ଅଫିସ ଯାଉନାହାନ୍ତି। ଜେଟଲିଙ୍କ ବୟସ ଏବେ ୬୩ ବର୍ଷ । ନିକଟରେ ସେ ଦ୍ଵିତୀୟଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଶରୀର ଅସୁସ୍ଥ ଯୋଗୁଁ ସାଂସଦ ଭାବେ ଶପଥ ନେଇପାରି ନାହାନ୍ତି ଜେଟଲୀ।

ରୋଗ ଜଣାପଡ଼ିଲା ପରେ ଚିକିତ୍ସା ପାଇଁ ତାଙ୍କୁ ଗତ ସପ୍ତାହରେ ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା।

“ତାଙ୍କର ବର୍ତ୍ତମାନ ଶାରୀରିକ ଅବସ୍ଥାକୁ ଦେଖି ଆସନ୍ତା ସପ୍ତାହରେ ତାଙ୍କ ଲଣ୍ଡନ ଗସ୍ତ ବାତିଲ କରି ଦିଆଯାଇଛି”, ଟୁଇଟରେ କହିଛନ୍ତି ଜେଟଲୀ।

ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଭାରତ-ବ୍ରିଟେନ ଆର୍ଥିକ ଆଲୋଚନାରେ ଜେଟଲିଙ୍କ ଭାଗ ନେବାର ଥିଲା। ଏମ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଅବସ୍ଥାକୁ ଦେଖି  ଜେଟଲିଙ୍କ ମୂତ୍ରାଶୟର ପ୍ରତ୍ୟାରୋପଣ କରାଯାଇପାରେ। ଯିଏ କିଡନୀ ଦାନ କରିବେ ତାଙ୍କର ସମସ୍ତ ଔପଚାରିକତା ପୂରଣ କରାଯାଇଛି।

ଜେଟଲିଙ୍କ ରୋଗ ବିଷୟରେ ବିଶେଷ କିଛି କୁହାଯାଇନାହିଁ। ଏବେ ସେ ନିଜ ବାସଭବନରେ ଏକ ନିୟନ୍ତ୍ରିତ ବାତାବରଣ ଭିତରେ ଅଫିସ କାମ କରୁଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଜେଟଲିଙ୍କୁ ଏମ୍ସର କାରଡ଼ିଓ-ନ୍ୟୁରୋ ବିଭାଗରେ ଭର୍ତ୍ତି କରାଯିବ ବୋଲି ଜଣାପଡ଼ିଛି।

ଏହି ବିଭାଗଟି ଏକ ସ୍ୱତନ୍ତ୍ର କୋଠରୀରେ ରହିଛି ଓ ଏଠି ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜା ଯାଇଛି। ଆପୋଲୋ ହସ୍ପିଟାଲର କିଡନୀ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଗୁଲେରିଆ ଜେଟଲିଙ୍କ ଅପରେସନ କରିବେ।ସେ ଏମ୍ସର ନିର୍ଦେଶକ ରନଦୀପ ଗୁଲେରିଆଙ୍କ ଭାଇ ଓ ଜେଟଲିଙ୍କ ପାରିବାରିକ ବନ୍ଧୁ।

Comment