ଓଡ଼ିଶାଲାଇଲ୍ ବ୍ୟୁରୋ
ଶନିବାରଠାରୁ ଆରମ୍ଭ ହେଉଛି ଆଇପିଏଲ ଧମାକା। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଆଗେଇ ଆସିଛି ଦେଶର ପ୍ରମୁଖ ମୋବାଇଲ ଅପରେଟର କମ୍ପାନୀ ଜିଓ।
ଆକର୍ଷଣୀୟ ୨୫୧ଟଙ୍କିଆ ଆଇପିଏଲ୍ ପ୍ୟାକ୍ ଘୋଷଣା କରିଛି। ୫୧ ଦିନର ଅବଧି ସହ ୧୦୨ଜିବିର ଡାଟା ଜିଓ ଗ୍ରାହକମାନେ ପାଇପାରିବେ। ଏହି ପ୍ଲାନ ମୁତାବକ ସମସ୍ତ ମ୍ୟାଚ ୫୧ ଦିନ ପର୍ଯ୍ୟନ୍ତ ଲାଇଭ ଗ୍ରାହକମାନେ ଦେଖିପାରିବେ ବୋଲି ଜିଓ କମ୍ପାନୀ କହିଛି।
ଏହି କ୍ରିକେଟ୍ ସିଜିନ୍ ପ୍ୟାକ୍ ସହ, ଜିଓ ମଧ୍ୟ ଘୋଷଣା କରିଛି ଏକ ଲାଇଭ୍ ମୋବାଇଲ୍ ଗେମ୍। ଯାହାକୁ ଭାରତର ସମସ୍ତ ସ୍ମାର୍ଟଫୋନ୍ ୟୁଜର ଖେଳିପାରିବେ। ଏହି ଲାଇଭ୍ ମୋବାଇଲ୍ ଗେମ୍ ୭ ସପ୍ତାହ ଧରି ୬୦ଟି ଆଇପିଏଲ୍ ମ୍ୟାଚ୍ ପର୍ଯ୍ୟନ୍ତ ଖେଳାଯିବ। ଏହି ଖେଳ ୧୧ଟି ଭାଷାରେ ଉପଲବ୍ଧ ହେବ। ଖେଳ ସମୟରେ ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ଦିଆଯିବ ବୋଲି ଜିଓ ଘୋଷଣା କରିଛି।
ଜିଓ ଧନ୍ ଧନା ଧନ୍ ଲାଇଭ୍ ସୋ’ ମାଇଁ ଜିଓ ଆପ୍ରେ ପ୍ରିମିୟର୍ ହେବ। ବିଶିଷ୍ଟ କମେଡିଆନ୍ ସୁନିଲ୍ ଗ୍ରୋଭର୍ ଓ କ୍ରିକେଟ୍ ଭାଷ୍ୟକାର ସମୀର କୋଚର୍ ଏହି ସୋ’ ପରିଚାଳନା କରିବେ। ଶୁକ୍ର, ଶନି ଓ ରବିବାର ଏହା ପ୍ରସାରିତ ହେବ। ପ୍ରତି ଏପିସୋଡ୍ରେ ସେଲିବ୍ରିଟି ଅତିଥି ମଧ୍ୟ ଯୋଗ ଦେବେ। ଏହି ସୋ’ରେ ଶିଳ୍ପା ସିନ୍ଦେ, ଅଲି ଅସଗର୍, ସୁଗନ୍ଧା ମିଶ୍ରା, ସୁରେଶ ମେନନ, ଶିବାନି ଦାଣ୍ଡେକର୍ ଓ କ୍ରିକେଟ୍ କିମ୍ବଦନ୍ତୀ କପିଲ୍ ଦେବ ଓ ବିରେନ୍ଦ୍ର ସେହୱାଗ୍ ମଧ୍ୟ ଅଂଶଗ୍ରହଣ କରିବେ।
ଜିଓ କ୍ରିକେଟ୍ ପ୍ଲେ ଏଲଙ୍ଗ୍ ୧୧ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହି ମୋବାଇଲ୍ ଗେମ୍ରେ ୭ ସପ୍ତାହରେ ୬୦ଟି ଖେଳ ରହିବ। ଏହାର ବ୍ୟବହାରକାରୀମାନେ ଅନେକ ପ୍ରକାର ପୁରସ୍କାର ଜିତିବାର ସୁଯୋଗ ପାଇବେ।