ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଲା ଜାମିନ୍। କୃଷ୍ଣସାର ମୃଗ ଶିକାର ମାମଲାରେ ଗିରଫ୍ ହୋଇଥିବା ସଲମାନଙ୍କୁ ଶେଷରେ ଜାମିନ ଦେଇଛନ୍ତି ଯୋଧପୁର ସେସନ୍ସ କୋର୍ଟ।
ଦୁଇଦିନ ଧରି ଜେଲରେ ରହିବା ପରେ ବଲିଉଡ ଭାଇଜାନଙ୍କୁ ଶେଷରେ ଜାମିନ ମିଳିଛି। ଦୀର୍ଘ ୩ଘଣ୍ଟା ଧରି ଜାମିନ୍ ଉପରେ ଆଲୋଚନା ହେବା ପରେ ଯୋଧପୁରର ସେସନ୍ସ କୋର୍ଟ ସଲମାନଙ୍କୁ ଜାମିନ୍ ଦେଇଛନ୍ତି। ୫୦,୦୦୦ଟଙ୍କା ଲେଖାଏଁ ୨ଟି ବେଲ୍ବଣ୍ଡ୍ ଜରିଆରେ ସଲ୍ଲୁଙ୍କୁ ଜାମିନ୍ ମିଳିଛି।
୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତ ଗୁରୁବାର ଅଭିନେତା ସଲମାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଥିଲେ। ଯୋଧପୁର ସେଣ୍ଟ୍ରାଲ୍ ଜେଲରେ ଦୁଇଦିନ ହେଲା ସେଣ୍ଟ୍ରାଲ୍ ଜେଲ୍ରେ ଥିଲେ। ଶନିବାର ସନ୍ଧ୍ୟା ସୁଦ୍ଧା ସେ ଜେଲରୁ ବାହାରକୁ ଆସିବେ।
ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍ସ କୋର୍ଟରେ ସଲମାନଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତର କେସ୍ ତାଲିକାର ୧୫ ନମ୍ବରରେ ଥିଲା ସଲମାନଙ୍କର ଆବେଦନ ମାମଲା।
ସଲମାନଙ୍କୁ ଜାମିନ୍ ମିଳିଯିବା ପରେ ଏହାକୁ ପ୍ରତିବାଦ କରିଛି ବିଶୋଇ ସମାଜ। ଏପଟେ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଦୁଇଦିନ ହେଲା ସେଣ୍ଟ୍ରାଲ୍ ଜେଲ୍ ଆଗରେ ସଲମାନଙ୍କ ପ୍ରଶଂସକ ବିରୋଧ ପ୍ରଦର୍ଶନ କରୁଥିଲେ।








ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଲା ଜାମିନ୍। କୃଷ୍ଣସାର ମୃଗ ଶିକାର ମାମଲାରେ ଗିରଫ୍ ହୋଇଥିବା ସଲମାନଙ୍କୁ ଶେଷରେ ଜାମିନ ଦେଇଛନ୍ତି ଯୋଧପୁର ସେସନ୍ସ କୋର୍ଟ।








