ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୁନ ୧୦ ତାରିଖ ଯାଏଁ ଚାଲିବ ‘ହଲିଡେ କାର୍ଣ୍ଣିଭାଲ’
  • ୫୩ଦିନ ଧରି ଚାଲିବ ଏହି ନିଆରା ଋତୁ
  • ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାର ଅନନ୍ୟ ସୁଯୋଗ
  • ପର୍ଯ୍ୟଟକମାନେ ଅତି ନିକଟରୁ ଦେଖିବେ ‘ବାହୁବଳୀ’ର ମନୋଜ୍ଞ ଜଗତ
  • ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକଙ୍କ ପସନ୍ଦର ହୋଟେଲ ରହଣି ପ୍ୟାକେଜ୍‌ ବି ଉପଲବ୍ଧ

ଏଥର ଗ୍ରୀଷ୍ମଋତୁରେ ଧରାଦେବ ନାହିଁ ଖରା। କାରଣ ଖରାର କଠୋରତାକୁ ଦୂରେଇ ଦେବା ଲାଗି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଭେଟି ଦେବ ଉତ୍ସବ ଓ ଉତ୍ସାହର ଉଲ୍ଲାସ ଏବଂ ଆନନ୍ଦ ଓ ଆମୋଦର ଅଭିନବ ଅଭିଜ୍ଞତା। ଏପ୍ରିଲ ୧୯ରୁ ଜୁନ ୧୦ ତାରିଖ ଯାଏ ଚାଲିବ ‘ହଲିଡେ କାର୍ଣ୍ଣିଭାଲ’। ସୁସଜ୍ଜିତ ଆଲୋକମାଳା ଓ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ଆପଣଙ୍କ ଅବକାଶକୁ ସ୍ମରଣୀୟ କରିବା ପାଇଁ ରାମୋଜୀ ଫିଲ୍ମ ସିଟିକୁ ଓହ୍ଲାଇ ଆସିବ ୫୩ ଦିନିଆ ଏକ ନିଆରା ଋତୁ।

କାର୍ଣ୍ଣିଭାଲର ପ୍ରତିଟି ଦିନରେ ପର୍ଯ୍ୟଟକ ପାଇବେ ସ୍ୱତନ୍ତ୍ର ଭାବେ ପରିଯୋଜିତ ପରିଭ୍ରମଣ, ଲାଇଭ୍‌ ସୋ, ଶବ୍ଦ ଓ ଆଲୋକର ତାଳେ ତାଳେ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାର ଅନନ୍ୟ ସୁଯୋଗ।

ବିଷୟଭିତ୍ତିକ ଅବକାଶ ବିନୋଦନସ୍ଥଳୀ ତଥା ସିନେମା ଜଗତର ଯାଦୁକରୀ କାହାଣୀ ବଖାଣୁ ଥିବା ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକ ବିଭିନ୍ନ ଟୁର୍‌ ପ୍ୟାକେଜ୍‌ ସହ ପ୍ରିମିୟମ ପ୍ୟାକେଜଗୁଡ଼ିକର ସୁବିଧା ମଧ୍ୟ ନେଇପାରିବ। ‘ବାହୁବଳୀ’ର ମନୋଜ୍ଞ ସିନେ ଜଗତକୁ ଆବିଷ୍କାର କରୁ କରୁ ପର୍ଯ୍ୟଟକ ସାଉଁଟି ନେବେ ଅନେକ ଅପାସୋରା ଅନୁଭୂତି।

ବାହୁବଳୀ ସେଟ୍‌ର ଆଡ଼ମ୍ବର

ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକମାନେ ଅତି ନିକଟରୁ ଦେଖିବେ ‘ବାହୁବଳୀ’ର ମନୋଜ୍ଞ ଜଗତ ଆଉ ମହିଷ୍ମତୀ ସାମ୍ରାଜ୍ୟର ଚିତ୍ତାକର୍ଷକ ବୈଭବ। ଦେଶର ସର୍ବାଧିକ ଚର୍ଚ୍ଚିତ ଏହି ଚଳଚ୍ଚିତ୍ରର ଅନୁଭୂତିକୁ ରୁପେଲି ପରଦାର ଛବିରୁ ବାସ୍ତବତା ଆଡ଼କୁ ନେଇଯିବ ରାମୋଜୀ ଫିଲ୍ମ ସିଟିର ଦର୍ଶନୀୟ ସୁଟିଂ ସେଟ୍‌ଗୁଡ଼ିକ। ପର୍ଯ୍ୟଟକକୁ ଆଣିଦେବ ‘ବାହୁବଳୀ’ର ଅନୁଭୂତିକୁ ପୁନର୍ଜିବିତ କରିବାର ବିରଳ ସୁଯୋଗ।

ଅନନ୍ୟ ଅବସର-ସୁଯୋଗ ଅପାର

କାର୍ଣ୍ଣିଭାଲ ସମୟରେ ଭ୍ରମଣପ୍ରିୟ ପର୍ଯ୍ୟଟକ ପ୍ରାକୃତିକ ଦୃଶ୍ୟରେ ମଜ୍ଜି ଯିବାର ସୁଯୋଗ ଆଣିଦବ। ଷ୍ଟେଜ୍‌ ସୋ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ, ବିଭିନ୍ନ ପ୍ରକାରର ଦୋଳିର ଅପାର ସୁଯୋଗ ପର୍ଯ୍ୟଟକକୁ ଆଣିଦେବ ଅପାସୋରା ଆନନ୍ଦ ଉପଭୋଗର ଅନନ୍ୟ ଅବସର।

ଝିଲିମିଲି ରାତି-ଦୂରେଇବ ତାତି

ଅବସର ବିନୋଦନର ବିବିଧତା ଓ ମନୋରଞ୍ଜନର ମନୋଜ୍ଞ ମାହୋଲ ଭିତରେ ଖରାଦିନର ଉଷ୍ଣ ସାନ୍ଧ୍ୟ ପରିବେଶ ହୋଇଉଠିବ ଆହୁରି ଅନ୍ତରଙ୍ଗ। ଆଲୋକିତ ଝର ଓ ଝରଣା, ସୁସଜ୍ଜିତ ପଥ ଓ ପରିଧି ଏବଂ ହୀରା ପରି ଚମକୁଥିବା ସୃଜନଶୀଳ ଆଲୋକମାଳା ଭିତରେ କାର୍ଣ୍ଣିଭାଲ ଉତ୍ସବ ପର୍ଯ୍ୟଟକଙ୍କୁ ଦେବ ଅବକାଶ ବିନୋଦନର ନିର୍ବିକଳ୍ପ ନିରୁତା ଆନନ୍ଦ।

କାର୍ଣ୍ଣିଭାଲ ଶୋଭାଯାତ୍ରା

ସୁସଜ୍ଜିତ ଭ୍ରାମ୍ୟମାଣ ପ୍ରଜ୍ଞାପନ ମେଢ଼, ସ୍ୱପ୍ନିଳ ପଥ ଓ ପରିଧି ପର୍ଯ୍ୟଟକଙ୍କୁ ଭେଟିଦେବ ଶବ୍ଦ ଓ ଆଲୋକର ତାଳେତାଳେ ଝୁମି ଉଠିବା ପରି ଭିନ୍ନ ଏକ ମନୋଜ୍ଞ ମାହୋଲ। କୌତୁକିଆ ରଣପା କଳାକାରଙ୍କ ମେଳ ଓ ଜୋକରଙ୍କ ଖେଳ ଭିତରେ ବେଳ ବିତାଇବେ ପର୍ଯ୍ୟଟକ।

ବାହାନା- ଖରା ଛୁଟି-ଠିକଣା- ରାମୋଜୀ ଫିଲ୍ମ ସିଟି

ଖରାଛୁଟିକୁ ଆହୁରି ଉପଭୋଗ କରିବା ପାଇଁ ରାମୋଜୀ ଫିଲ୍ମ ସିଟିରେ ପର୍ଯ୍ୟଟକଙ୍କ ପସନ୍ଦର ହୋଟେଲ ରହଣି ପ୍ୟାକେଜ୍‌ ବି ଉପଲବ୍ଧ ହେଉଛି। ବିଳାସମୟ ରହଣି ପାଇଁ ‘ସୀତାରା’ ହୋଟେଲ, ଆରାମଦାୟକ ରହଣି ପାଇଁ ‘ତାରା’ ହୋଟେଲ, ପକେଟକୁ ସୁହାଇବା ପରି ବ୍ୟବସ୍ଥା ପାଇଁ ‘ଶାନ୍ତି ନିକେତନ’ ଏବଂ ‘ବସୁନ୍ଧରା ଭିଲ୍ଲା’ ରହିଛି। ଏଥରର ଗ୍ରୀଷ୍ମ ଅବକାଶକୁ ସ୍ମରଣୀୟ କରିବାକୁ ଲଗ୍‌ଅନ୍ କରନ୍ତୁ www.ramojifilmcity.com କିମ୍ବା ଯୋଗାଯୋଗ କରନ୍ତୁ: 1800 4250 9999।

Comment