ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସ୍କୁଲ ପିଲାଙ୍କୁ ନେଇ ଆସୁଥିଲା ବସ୍
  • ଗଭୀର ଖାଲକୁ ଖସିପଡ଼ିଲା ବସ୍
  • ଜଣେ ଶିକ୍ଷକ ଏବଂ ଡ୍ରାଇଭର ବି ମୃତ
  • ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ
  • ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁମ୍ପା ରାଶି

ହିମାଚଳ ପ୍ରଦେଶରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ୨୦୦ ଫୁଟ ଗଭୀରକୁ ସ୍କୁଲ୍ ବସ୍ ଖସିପଡ଼ିବାରୁ ୨୯ ଜଣକର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଥିବା ବେଳେ ଜଣେ ଶିକ୍ଷକ ଏବଂ ବସ୍ ଡ୍ରାଇଭର ଅଛନ୍ତି। ଏହି ବସ୍‌ରେ ୩୯ ଜଣ ଥିଲେ।

୩୯ ଜଣଙ୍କୁ ନେଇ ଏକ ସ୍କୁଲ୍ ବସ୍ ଆସୁଥିଲା। ହିମାଚଳ ପ୍ରଦେଶର ନୁରୁପୁର ଅଞ୍ଚଳରେ ବସ୍‌ଟି ଭାରସାମ୍ୟ ହରାଇ ୨୦୦ ଫୁଟ ଗଭୀର ଖାଲକୁ ଖସିପଡ଼ିଥିଲା। ଫଳରେ ୨୬ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୨୦ ଜଣ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ଚିକିତ୍ସ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏନଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।

ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସୁରେଶ ଭରଦ୍ୱାଜ ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଜୁନ୍ ୩୦ରେ ମଧ୍ୟ ଏହି ଅଞ୍ଚଳରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩୦ ଲୋକ ଗୁରୁତର ହୋଇଥିଲେ।

Comment