ଓଡ଼ିଶାଲାଇଭ୍‌ ବ୍ୟୁରୋ       

ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଏପର୍ଯ୍ୟନ୍ତ ୮ଟି ସ୍ଵର୍ଣ୍ଣ ପଦକ ମିଳିସାରିଛି। ଏଥିମଧ୍ୟରୁ ୫ଟି ସ୍ଵର୍ଣ୍ଣ ପଦକ ଭାରତୀୟ ମହିଳାଙ୍କ ନାଁରେ ରହିଛି।

ଆସନ୍ତୁ ଜାଣିବା କେଉଁ କେଉଁ ଭାରତୀୟ ମହିଳା ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାସଲ କରିଛନ୍ତି।

ସ୍ଵର୍ଣ୍ଣ ପଦକ

ମନୁ ଭାକର

ହରିୟାଣାର ମନୁ ଭାକର ୧୦ମିଟର ଏୟାର୍‌ପିଷ୍ଟଲ ବିଭାଗରେ ଜବରଦସ୍ତ ସୁଟିଂ କରି ଦେଶ ପାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ପୁନମ ଯାଦବ

ମହିଳାଙ୍କ ୬୯କିଲୋ ଭାରୋତ୍ତଳନ ବିଭଗରେ ପୁନମ ଯାଦବ ସ୍ଵର୍ଣ୍ଣ ଜିତିଛନ୍ତି।

ଟେବୁଲ ଟେନିସ୍

ସେହିପରି ଭାରତୀୟ ମହିଳା ଟେବୁଲ ଟେନିସ୍ ଦଳ ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛି। ଏହି ଟିମ୍‌କୁ ଲିଡ୍ କରିଛନ୍ତି ମନିକା ବାତ୍ରା।

ସଞ୍ଜିତା ଚାନୁ

ମହିଳା ୫୩କିଲୋ ଭାରୋତ୍ତଳନ ବର୍ଗରେ ସଞ୍ଜିତା ଚାନୁ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଆଣିଛନ୍ତି।

ମୀରାବାଇ ଚାନୁ

ଭାରୋତ୍ତଳନକାରୀ ମୀରାବାଇ ଚାନୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିଣିଥିଲେ। ମହିଳା ଭାରୋତ୍ତଳନର ୫୩କିଲୋ ବର୍ଗରେ ସେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ରୌପ୍ୟ

ମେହୁଲି ଘୋଷ

୧୦ମିଟର ଏୟାର୍ ରାଇଫଲ୍‌ ବିଭାଗରେ ମେହୁଲି ଘୋଷ ଭାରତ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି।

ହିନା ସିନ୍ଧୁ

୧୦ମିଟର ଏୟାର୍ ପିଷ୍ଟୋଲ୍‌ ବିଭାଗରେ ହିନା ସିନ୍ଧୁ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି।

ବ୍ରୋଞ୍ଚ୍

ଅପୁର୍ବି ଚାନ୍ଦେଲା

୧୦ମିଟର ଏୟାର୍ ରାଇଫଲ୍‌ ବିଭାଗରେ ଅପୁର୍ବି ଚାନ୍ଦେଲା ଭାରତ ବ୍ରୋଞ୍ଚ୍ ପଦକ ଆଣିଛନ୍ତି।

Comment