ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୫ ଦିନ ପରେ କଟକ ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣରେ ଗୁରୁତର ନବବଧୂ ରିମରାଣୀ ସାହୁ।

କଟକ ଏସ୍‌ସିବି ମେଡିକାଲରୁ ଗୁରୁବାର ଡିସ୍‌ଚାର୍ଜ ହୋଇଛନ୍ତି ରିମାରାଣୀ ସାହୁ। ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ରିମା କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବାରୁ ତାଙ୍କୁ ଆଜି ମେଡିକାଲରୁ ଘରକୁ ପଠାଇ ଦିଆଯାଇଛି।

ରିମା ତାଙ୍କ ବାପ ଘର ସୋନପୁରକୁ ଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ କିଛିଦିନ ସେଠାରେ ରହିବା ପରେ ଶାଶୂ ଘର ପାଟଣାଗଡ଼କୁ ଆସିବେ।

“ରିମାରାଣିଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏଣୁ ତାଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଉଛି”, କହିଛନ୍ତି ପ୍ରଫେସର ଆନନ୍ଦ ପଟ୍ଟନାୟକ।

ରିମା କହିଛନ୍ତି, “ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କରାଯାଇ ନଥିବାରୁ ମୋତେ ଦୁଃଖ ଲାଗୁଛି। ଏଭଳି ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଧରିବା ଲାଗି ମୁଁ ପୁଣି ଦାବି କରୁଛି। ଆବଶ୍ୟକ ପଡ଼ିଲେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଭେଟିବି।”

ଫେବ୍ରୁଆରି ୨୩ରେ ବଲାଙ୍ଗିରର ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂ ରିମାରାଣୀ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବୁର୍ଲା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଫେବ୍ରୁଆରି ୨୫ରେ ଭର୍ତ୍ତି ହୋଇଥିଲେ।

ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ରିମାରାଣୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here