ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲ ଆୱାରେଙ୍କ ପରେ ପୁରୁଷ ଫ୍ରିଷ୍ଟାଇଲ୍ରେ ଭାରତ ପାଇଁ ଦ୍ଵିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସୁଶୀଲ କୁମାର।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଭାରତକୁ ଦ୍ଵିତୀୟ ସ୍ୱର୍ଣ୍ଣ ମିଳିଛି। କିଛି ସମୟ ପୂର୍ବରୁ ଫ୍ରିଷ୍ଟାଇଲ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ ରାହୁଲ ଆୱାରେ। ତାଙ୍କ ପରେ ସୁଶୀଲ କୁମାର ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସୁଶୀଲ ୭୪ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ସେ ଏହି ସଫଳତା ପାଇଛନ୍ତି। ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି।
ସୁଶୀଲଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ତୃତୀୟ ସ୍ୱର୍ଣ୍ଣ। ଏହାପୂର୍ବରୁ ସେ ୨୦୧୦ ଦିଲ୍ଲୀ ଓ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହାପୂର୍ବରୁ ଗୁରୁବାରଦିନ ସକାଳେ ମହିଳା ଫ୍ରିଷ୍ଟାଇଲ୍ର ୭୬ କିଲୋଗ୍ରାମ ବର୍ଗରେ କିରଣ ବ୍ରୋଞ୍ଜ ଜିତିଥିଲେ। କିରଣ ମରିଶସର କେ ପରିଧାବନେଙ୍କୁ ପରାସ୍ତ କରିଥିଲେ।
ସେହିପରି ମହିଳା ଫ୍ରିଷ୍ଟାଇଲ୍ର ୫୩ କିଲୋଗ୍ରାମ ବର୍ଗରେ ଭାରତର ବବିତା କୁମାରୀ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବବିତା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୪ ଗ୍ଲାସଗୋ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥର ମଧ୍ୟ ତାଙ୍କଠାରୁ ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା କିନ୍ତୁ ସେ ନିରାଶ କରିଛନ୍ତି।
ଭାରତର ୧୪ଟି ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ମୋଟ ପଦକ ସଂଖ୍ୟା ୨୯ରେ ପହଞ୍ଚିଛି।








ରାହୁଲ ଆୱାରେଙ୍କ ପରେ ପୁରୁଷ ଫ୍ରିଷ୍ଟାଇଲ୍ରେ ଭାରତ ପାଇଁ ଦ୍ଵିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସୁଶୀଲ କୁମାର।








