ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ। ପୁରୁଷ ଫ୍ରିଷ୍ଟାଇଲ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ରାହୁଲ ଆୱାରେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ। ରେସଲିଂରେ ସ୍ୱର୍ଣ୍ଣ ଜିତିଛନ୍ତି ରାହୁଲ ଆୱାରେ। ୫୭ କେଜି ଫ୍ରିଷ୍ଟାଇଲ୍ରେ ସେ ଏହି ସଫଳତା ପାଇଛନ୍ତି। ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି।
ଫାଇନାଲରେ କାନାଡାର ଷ୍ଟିଭେନ୍ ତାକାହାଶୀଙ୍କୁ ହରାଇ ପ୍ରଥମ ସ୍ଥାନରେ ରହିଛନ୍ତି। ଏହାପୂର୍ବରୁ ଗୁରୁବାରଦିନ ସକାଳେ ମହିଳା ଫ୍ରିଷ୍ଟାଇଲ୍ର ୭୬ କିଲୋଗ୍ରାମ ବର୍ଗରେ କିରଣ ବ୍ରୋଞ୍ଜ ଜିତିଥିଲେ। କିରଣ ମରିଶସର କେ ପରିଧାବନେଙ୍କୁ ପରାସ୍ତ କରିଥିଲେ।
ସେହିପରି ମହିଳା ଫ୍ରିଷ୍ଟାଇଲ୍ର ୫୩ କିଲୋଗ୍ରାମ ବର୍ଗରେ ଭାରତର ବବିତା କୁମାରୀଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବବିତା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୪ ଗ୍ଲାସଗୋ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥର ମଧ୍ୟ ତାଙ୍କଠାରୁ ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା କିନ୍ତୁ ସେ ନିରାଶ କରିଛନ୍ତି।
ଭାରତର ୧୩ଟି ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୯ଟି ବ୍ରୋଞ୍ଜ ସହ ମୋଟ ପଦକ ସଂଖ୍ୟା ୨୮ରେ ପହଞ୍ଚିଛି।








ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ। ପୁରୁଷ ଫ୍ରିଷ୍ଟାଇଲ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ରାହୁଲ ଆୱାରେ।








