ଓଡ଼ିଶାଲାଇଭ୍ ବ୍ୟୁରୋ
ଦୈନନ୍ଦିନ ଭାରତୀୟ ରେଳ ବିଭାଗର ଅନଲାଇନ୍ ପୋର୍ଟାଲ୍ ଆଇଆରସିଟିସିରେ ଲକ୍ଷ ଲକ୍ଷ ଲୋକ ଟିକେଟ୍ ବୁକିଂ କରିଥାନ୍ତି। ଅନଲାଇନ୍ ବୁକିଂ ଖୋଲିବାର ମାତ୍ର କିଛି ମିନିଟ୍ ମଧ୍ୟରେ ଟିକେଟ ଶେଷ ହୋଇଯାଇ ଥାଏ। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଲକ୍ଷ୍ୟରେ ରଖି ରେଳ ବିଭାଗ ଟିକେଟ୍ ବୁକିଂ ନିୟମରେ କିଛି ପରିବର୍ତ୍ତନ କରିଛି।
ଆସନ୍ତୁ ଜାଣିବା କ’ଣ ହୋଇଛି ପରିବର୍ତ୍ତନ…
- ଜଣେ ୟୁଜର୍ ନିଜ ଆଇଡିରୁ ମାସକୁ ୬ଥର ଟିକେଟ ବୁକିଂ କରିପାରିବେ। ଯଦି ଆଧାର ଭେରିଫାଇଡ୍ ଅଛି ତେବେ ୧୨ଥର ଟିକେଟ୍ ବୁକିଂ କରିପାରିବେ। କିନ୍ତୁ ଟିକେଟ୍ ବୁକିଂ କରିବାର ସମୟ ୮ଟାରୁ ୧୦ଟା ଭିତରେ ରହିଛି। ଏହି ସମୟ ଭିତରେ କେବଳ ୨ଟି ଟିକେଟ ହିଁ ବୁକ୍ କରିପାରିବେ।
- କୁଇକ୍ ବୁକ୍ ସର୍ଭିସ୍ ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ମଧ୍ୟରେ ମିଳିପାରିବ ନାହିଁ। ଲଗ୍ ଇନ୍, ପ୍ୟାସେଞ୍ଜର ଡିଟେଲ୍ ଓ ପେମେଣ୍ଟ୍ ୱେବ୍ ପେଜ୍ରେ କ୍ୟାପ୍ଚା ଭରିବାକୁ ପଡ଼ିବ।
- ଆପଣଙ୍କ ଆକାଉଣ୍ଟରେ ଟିକେଟ୍ ବୁକିଂ କରିବା ସମୟରେ ଯେତେବେଳେ ଆପଣ ବ୍ୟକ୍ତିଗତ ସୂଚନା ଦେଉଛନ୍ତି ସେତେବେଳେ ଆପଣ ନିଜର ସୁରକ୍ଷା ବିଷୟରେ ପ୍ରଶ୍ନ ପଚରାଯିବ।
- ସକାଳ ୮ଟାରୁ ୮.୩୦ ପର୍ଯ୍ୟନ୍ତ, ୧୦ଟାରୁ ୧୦.୩୦ପର୍ଯ୍ୟନ୍ତ ଓ ୧୧ରୁ ୧୧.୩୦ପର୍ଯ୍ୟନ୍ତ ଏଜେଣ୍ଡ୍ ଦ୍ଵାରା ଟିକେଟ୍ ବୁକିଂ କରିପାରିବେ ନାହିଁ।
- ଟିକେଟ୍ ବୁକିଂ କରିବାର ଷ୍ଟାଣ୍ଡାର୍ଡ ସମୟ ୨୫ସେକେଣ୍ଡ୍ ରହିଛି।
- ଆପଣ ଯେକୌଣସି ଭାବେ ପେମେଣ୍ଟ୍ କରନ୍ତୁ ଓଟିପି ସବୁ ପେମେଣ୍ଟ୍ ପାଇଁ ଜରୁରୀ।
- ଯଦି ଟ୍ରେନର ରୁଟ୍ କୌଣସି କାରଣରୁ ପରିବର୍ତ୍ତନ ହେଉଛି। ଯାତ୍ରୀମାନେ ସେହି ରୁଟରେ ଯିବାକୁ ଚାହୁଁନାହାନ୍ତି ତେବେ ସେମାନଙ୍କୁ ଟଙ୍କା ଫେରସ୍ତ ଦିଆଯିବ।