ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରାହକଙ୍କ ଆକୃଷ୍ଟ କରିବା ପାଇଁ ଟେଲିକମ କମ୍ପାନିମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। କମ୍ ଟଙ୍କାରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଯୋଗାଇ ଦେବା ଲକ୍ଷ୍ୟରେ ଟେଲିକମ କମ୍ପାନିମାନେ ଆଗେଇ ଆସିଛନ୍ତି। ଭଏସ୍‌ କଲିଂରୁ ନେଇ ଡାଟା ଚାର୍ଜ ଆଦିରେ ଦର ହ୍ରାସ ଭଳି ମନଲୋଭା ଅଫର ଦେଇ ଗ୍ରାହକଙ୍କ ନିକଟତର ହେବାରେ ଲାଗିଛନ୍ତି ବିଭିନ୍ନ ଟେଲିକମ କମ୍ପାନି।

ଜିଓ

୧୪୯ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ୪୨ ଜିବି ଇଣ୍ଟର୍‌ନେଟ୍‌ ପ୍ୟାକ୍‌। ଦିନକୁ ଡାଟା ବ୍ୟବହାରର ସୀମା ୧.୫ ଜିବି। ସେହିପରି ୨୫୧ ଟଙ୍କାର ରିଚାର୍ଜ କଲେ ୨୮ ଦିନ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ୧୦୨ ଜିବି ଡାଟା।

ଆଇଡିଆ

ଆଇଡିଆର ଗ୍ରାହକମାନେ ମାତ୍ର ୧୭୯ ଟଙ୍କା ରିଜାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ପାଇ ପାରିବେ ୨୮ ଜିବି ଡାଟା। ଦିନକୁ ୧ ଜିବି ଡାଟା ବ୍ୟବହାର କରିହେବ।

ଏୟାର୍ଟେଲ୍

ଏୟାର୍‌ଟେଲ ଗ୍ରାହକମାନେ ୨୪୯ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ୧୦୨ ଜିବି ଡାଟା। ଦିନକୁ ଡାଟା ବ୍ୟବହାର କରିବାର ସୀମା ୨ ଜିବି।

ଭୋଡାଫୋନ୍

ମାତ୍ର ୧୯୯ ଟଙ୍କାରେ ଭୋଡାଫୋନ୍‌ ତା’ର ଗ୍ରାହକମାନଙ୍କୁ ଦେଉଛି ୨୮ ଦିନ ପର୍ଯ୍ୟନ୍ତ ୩୯.୨ ଜିବି ଡାଟା। ଦିନକୁ ମିଳୁଛି ୧.୪ ଜିବି।

LEAVE A REPLY

Please enter your comment!
Please enter your name here