ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ୪୮ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମୀରାବାଇ ସ୍ନାଚରେ ୮୬ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କ ବର୍ଗରେ ୧୧୦ କେଜି ଭାର ଉଠାଇ ମୋଟ ୧୯୬ ସ୍କୋର ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଏହାସହ ସେ ୬ଟି ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।

୨୦୧୭ରେ ଆନାହେମାରେ ଆୟୋଜିତ ବିଶ୍ୱ ଚାମ୍ପିଅନ୍ଶିପରେ ସେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହାପୂର୍ବରୁ ୨୦୧୪ ଗ୍ଲାସଗୋ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ମୀରାବାଇଙ୍କ ପିଲାଦିନ ବହୁ ଦୁଃଖକଷ୍ଟରେ କଟିଛି। ମାତ୍ର ୧୨ ବର୍ଷ ବୟସରେ ମୀରାବାଇ ଅଧିକ ଓଜନର ଭାର ଉଠାଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ସେତେବେଳେ ସେ ନିଜ ବଡ଼ଭାଇଙ୍କଠାରୁ ଅଧିକ ଓଜନ ବିଶିଷ୍ଟ ଝିଅମାନଙ୍କୁ ସହଜରେ ଉଠାଇ ପାରୁଥିଲେ।
ଏପରିକି ଜଙ୍ଗଲରୁ କାଠ ଆଣିବା କାର୍ଯ୍ୟ ମଧ୍ୟ କରୁଥିଲେ, ଯାହା ତାଙ୍କର ଅଭ୍ୟାସ ପାଇଁ ବେଶ୍ କାମରେ ଆସିଥିଲା ଏବଂ ପରେ ଦେଶର ଅନ୍ୟତମ ଶୀର୍ଷ ଭାରୋତ୍ତୋଳକ ହୋଇପାରିଥିଲେ। ଏକ ଗରିବ ପରିବାରରେ ଜନ୍ମିତ ମୀରାବାଇ ନିଜର ୬ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ମୀରାବାଇ ନିଜ ଗାଁ ଏବଂ ଦେଶକୁ ଗୌରବାନ୍ୱିତ କରିଛନ୍ତି।