ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରତ୍ନ କମ୍ପାନି ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ‘ଦି ହାର୍ଟଫୁଲ୍‌ନେସ୍‌ ୱେ’ ପୁସ୍ତକ ଉନ୍ମୋଚିତ କରିଛନ୍ତି। ଭୁବନେଶ୍ୱରସ୍ଥିତ ନାଲ୍‌କୋ ଭବନ ଅଡିଟୋରିୟମ୍‌ରେ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଛି। ଉନ୍ମୋଚନ ବେଳେ ପୁସ୍ତକର ସହ-ଲେଖକ ଯୋଶୁଆ ପୋଲକ୍ ଏବଂ ନାଲ୍‌କୋ ନିର୍ଦ୍ଦେଶକ ବି.କେ. ଠାକୁର ଉପସ୍ଥିତ ଥିଲେ।

ଏହି ପୁସ୍ତକରେ ସାଂପ୍ରତିକ ସମୟରେ ଧ୍ୟାନର ଉପାଦେୟତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକଟି ବିଶ୍ୱ ସ୍ତରରେ ଖ୍ୟାତି ଲାଭ କରିଛି। ଏଥିରେ ମେଡିଟେସନ୍ ସମ୍ବନ୍ଧରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି।

“ବର୍ତ୍ତମାନ ସମାଜରେ ଯୋଗ ଏବଂ ଧ୍ୟାନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ସୁସ୍ଥ ରହିବା ପାଇଁ ଲୋକେ ଧ୍ୟାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ପୁସ୍ତକଟିରେ ଧ୍ୟାନ ସମ୍ପର୍କରେ ବିଶେଷ ଉପାଦେୟ ତଥ୍ୟ ଦିଆଯାଇଛି। ଭାରତୀୟ ସଂସ୍କୃତିରେ ଧ୍ୟାନର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଧ୍ୟାନ କରିବା ଦ୍ୱାରା ଲୋକେ ଶାନ୍ତି ଏବଂ ଖୁସି ପାଇଥାନ୍ତି। ଏହି ପଦ୍ଧତି ପାଇଁ ଭାରତୀମାନେ ସାରା ବିଶ୍ୱରେ ଆଗରେ ରହିଛନ୍ତି। ହୃଦୟକୁ ନିୟନ୍ତ୍ରଣ କରି କିପରି ଧ୍ୟାନ କରାଯିବ ସେ ସମ୍ପର୍କରେ ଏହି ବହିରେ ଉଲ୍ଲେଖ କରାଯାଇଛି”, କହିଛନ୍ତି ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ।

Comment