ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ୍ ଆଣିଛି ଆଉ ଏକ ନୂଆ ପ୍ଲାନ୍। କମ୍ପାନି ଗ୍ରାହକଙ୍କୁ ମାତ୍ର ୪୯ଟଙ୍କାରେ ଯୋଗାଇ ଦେଉଛି ୩ଜିବି ୪ଜି ଡାଟା। ଏହି ପ୍ଲାନ୍ର ବୈଧତା ରହିଛି କେବଳ ଗୋଟିଏ ଦିନ।
ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ୍ ଆଣିଛି ଆଉ ଏକ ନୂଆ ପ୍ଲାନ୍। କମ୍ପାନି ଗ୍ରାହକଙ୍କୁ ମାତ୍ର ୪୯ଟଙ୍କାରେ ଯୋଗାଇ ଦେଉଛି ୩ଜିବି ୪ଜି ଡାଟା। ଏହି ପ୍ଲାନ୍ର ବୈଧତା ରହିଛି କେବଳ ଗୋଟିଏ ଦିନ।
ଏହି ପ୍ଲାନଟି କେବଳ ପ୍ରିପେଡ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ। ଏହି ପ୍ଲାନ୍ରେ ଏୟାରଟେଲ ନିଜ ଗ୍ରାହକଙ୍କୁ କେବଳ ଡାଟା ସୁବିଧା ଦେଉଛି। ଏଥିରେ ଭଉସ୍ କଲିଂ ସୁବିଧା ଉପଲବ୍ଧ ନାହିଁ। ପୂର୍ବରୁ ଏୟାରଟେଲ୍ ୪୯ଟଙ୍କା ପ୍ଲାନରେ ଗ୍ରାହକଙ୍କୁ କେବଳ ୧ଜିବି ଡାଟା ମିଳୁଥିଲା। କିନ୍ତୁ କମ୍ପାନି ଜିଓକୁ ଟକ୍କର ଦେବା ପାଇଁ ପ୍ଲାନ୍ରେ ପରିବର୍ତ୍ତନ ଆଣି ୨ଜିବି ଅଧିକ ଡାଟା ଗ୍ରାହକଙ୍କୁ ଦେଉଛି। ଏହି ପ୍ୟାକ୍କୁ ଆପଣ ଉଭୟ ୪ଜି ଓ ୩ଜି ଆକାରରେ ବ୍ୟବହାର କରିପାରିବେ।
ଏହାପୂର୍ବରୁ ଏୟାରଟେଲ୍ ୨୪୯ଟଙ୍କିଆ ଏକ ପ୍ଲାନ୍ ଆଣିଥିଲା। ୩୪୯ପ୍ଲାନରେ ପରିବର୍ତ୍ତନ ମଧ୍ୟ କରାଯାଇଥିଲା। ୨୪୯ଟଙ୍କା ପ୍ଲାନ୍ର ଖାସ୍ କଥା ହେଉଛି ଏହା ସବୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ଏହି ପ୍ଲାନ୍ ଅନୁସାରେ ପ୍ରତିଦିନ ୨ଜିବି ଡାଟା ଗ୍ରାହକଙ୍କୁ ମିଳିବ। ଯାହାର ବୈଧତା ରହିଛି ୨୮ଦିନ। ସେହିପରି ପୂର୍ବରୁ ୩୪୯ଟଙ୍କା ପ୍ଲାନ୍ରେ ପ୍ରତିଦିନ ଗ୍ରାହକଙ୍କୁ ୨.୫ଜିବି ଡାଟା ମିଳୁଥିଲା। କିନ୍ତୁ କମ୍ପାନି ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇ ଏବେ ଗ୍ରାହକଙ୍କୁ ୩ଜିବି ଡାଟା ମିଳୁଛି।
ଆଉ ଏକ ଖାସ୍ କଥା ହେଉଛି ଜିଓ ତୁଳନାରେ ଏୟାରଟେଲର ଡାଉନ୍ଲୋଡ ସ୍ପିଡ୍ ଅଧିକ। ଓ୍ଵୟାରଲେସ କଭରେଜ ମେପିଂ କମ୍ପାନି ଓପନ୍ ସିଗନାଲ ଭାରତରେ ମୋବାଇଲ ୪ଜି ନେଟଓ୍ଵାର୍କ ଉପରେ ତାଜା ରିପୋର୍ଟ ଜାରି କରିଛି।
ରିପୋର୍ଟରେ ୨୦୧୭ ଡିସେମ୍ବର ୧ରୁ ୨୦୧୮ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ନେଟଓ୍ଵାର୍କକୁ ଆକଳନ କରାଯାଇଛି। ଗତ ୬ମାସ ଭିତରେ ଭାରତରେ ୪ଜି ନେଟଓ୍ଵାର୍କ ବହୁଳ ଭାବେ ବୃଦ୍ଧି ପାଇଛି। ଏଣିକି ଏଲଟିଇ ସିଗନାଲ ପ୍ରତ୍ୟେକ ଟେଲିକମ୍ କମ୍ପାନି ପାଇଁ ପ୍ରାଥମିକତା ରଖାଯାଇଛି।
ଓପନ୍ ସିଗନାଲ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ୩ଜି ଓ ୪ଜି ସ୍ପିଡ୍ରେ ଏୟାରଟେଲ ସବୁଠାରୁ ଶୀର୍ଷରେ ରହିଛି। ସ୍ପିଡ୍ ମାମଲାରେ ଏହି ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓକୁ ପଛରେ ପକାଇଛି।
ସମସ୍ତ ନେଟଓ୍ଵାର୍କକୁ ମିଶାଇଲେ ଏୟାରଟେଲର ଡାଉନ୍ଲୋଡ ସ୍ପିଡ୍ ୬ ଏମବିପିଏସ୍ ରହିଥିବା ବେଳେ ଜିଓର ୫.୧ ଏମ୍ବିପିଏସ୍ ସ୍ପିଡ୍ ରହିଛି।
ନିକଟରେ ଜିଓ ବାକି କମ୍ପାନି ତୁଳନାରେ ୪ଜି ନେଟଓ୍ଵାର୍କ ଉପଲବ୍ଧ କରାଇବା ମାମଲାରେ ଆଗରେ ରହିଛି। ଏହି କମ୍ପାନି ଏୟାରଟେଲ, ଭୋଡାଫୋନ୍ ଓ ଆଇଡିଆକୁ ପାଖାପାଖି ୨୭ ପ୍ରତିଶତ ପଏଣ୍ଟରେ ପଛରେ ପକାଇଛି।








ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ୍ ଆଣିଛି ଆଉ ଏକ ନୂଆ ପ୍ଲାନ୍। କମ୍ପାନି ଗ୍ରାହକଙ୍କୁ ମାତ୍ର ୪୯ଟଙ୍କାରେ ଯୋଗାଇ ଦେଉଛି ୩ଜିବି ୪ଜି ଡାଟା। ଏହି ପ୍ଲାନ୍ର ବୈଧତା ରହିଛି କେବଳ ଗୋଟିଏ ଦିନ।








