ଓଡ଼ିଶାଲାଇଭ୍‌ ବ୍ୟୁରୋ  

  ପୁରୁଷ ବେଶରେ ଯୁବତୀ। ୧୦ବର୍ଷ ଜଣେ ଯୁବତୀ ନିଜକୁ ପୁରୁଷ ବେଶରେ ସଜାଇ ରଖିଛନ୍ତି ଏହା ପଛରେ ରହିଛି ଏକ ବିରାଟ କାରଣ।

ସିତାରା ବଫାଦାର ନାମକ ଜଣେ ଆଫଗାନିସ୍ତାନ ଝିଅଙ୍କୁ ତାଙ୍କ ପରିବାର ଏକ ଦଶକରୁ ଅଧିକ ଦିନ ଧରି ପୁଅ ବେଶରେ ରଖିଛନ୍ତି। ସିତାରାଙ୍କ କୌଣସି ଭାଇ ନାହାନ୍ତି। ଏହି କାରଣରୁ ତାଙ୍କ ବାପା-ମା ତାଙ୍କୁ ପୁଅ ବେଶରେ ରଖିବାକୁ ବାଧ୍ୟ ହୋଇଛନ୍ତି।

ସିତାରାଙ୍କ ପାଞ୍ଚ ଭଉଣୀ ଅଛନ୍ତି। ତାଙ୍କର ଭାଇ ନଥିବାରୁ ଆଫଗାନିସ୍ତାନର ‘ବାଶା ପୋଶି’ ପରମ୍ପରା ଅନୁଯାୟୀ ଝିଅକୁ ପୁଅ ବେଶରେ ରଖାଯିବ। ଯିଏକି ପିତୃ ପ୍ରଧାନ ସମାଜରେ ଜଣେ ପୁଅର ଭୂମିକା ନିଭାଇବ।

ଆଫଗାନିସ୍ତାନର ପୂର୍ବ ପ୍ରାନ୍ତର ନାଙ୍ଗରାହାର ସ୍ଥିତ ଏକ ଗାଁରେ ବାସ କରୁଥିବା ୧୮ବର୍ଷୀୟ ସିତାରା କହିଛନ୍ତି , “କେବେ ଭାବି ନାହିଁ ମୁଁ ଜଣେ ଝିଅ। ମୁଁ ଓ ମୋ ପିତା ଗୋଟିଏ ଇଟାଭାଟିରେ ସପ୍ତାହକୁ ୬ଦିନ କାମ କରୁଛୁ। ଏହାଦ୍ଵାରା ତାଙ୍କ ପରିବାର ଚଳିଯାଉଛି। ମୋ ପିତା ସବୁବେଳେ କହନ୍ତି ସିତାରା ମୋ ବଡ଼ ପୁଅ। ମୁଁ ମଧ୍ୟ ତାଙ୍କ ଚିନ୍ତାଧାରାକୁ ପୂରଣ କରିବା ପାଇଁ ପୁଅ ଭଳି କାର୍ଯ୍ୟ କରୁଛି”।

‘ବାଶା ପୋଶି’ ପରମ୍ପରା ଅନୁଯାୟୀ ବଡ଼ ହେଲା ପରେ ଝିଅଟିକୁ ଆଉ ପୁଅ ବେଶରେ ରହିବାକୁ ପଡ଼େ ନାହିଁ। କିନ୍ତୁ ସିତାରାଙ୍କ କ୍ଷେତ୍ରରେ ଏଭଳି ଘଟିନାହିଁ। ସେ ବଡ଼ ହେବା ପରେ ପୁଅ ବେଶରେ ରହି ନିଜ ପିତାଙ୍କୁ କାମରେ ସାହାଯ୍ୟ କରୁଛନ୍ତି।

ପ୍ରତିଦିନ ୫୦୦ଇଟା ତିଆରି କରୁଛନ୍ତି ଏଥିପାଇଁ ପାରିଶ୍ରମିକ ଭାବେ ମିଳୁଛି ଦୁଇ ଡଲାର। କାବୁଲ ବିଶ୍ଵ ବିଦ୍ୟାଳୟର ଜଣେ ସମାଜ ଶାସ୍ତ୍ରବିତ୍‌ଙ୍କ ଅନୁଯାୟୀ ‘ବାଶା ପୋଶି’ ପରମ୍ପରା ମୁଖ୍ୟ ରୂପରେ ଆଫଗାନିସ୍ତାନର ପୁରୁଣାପନ୍ଥୀ ଇଲାକାରେ ଦେଖାଯାଏ।

 

Comment