ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ୨୫ ତାରିଖରୁ ଜୁନ୍ ୧୮ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ।

ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ୨୫ ତାରିଖଠାରୁ ଜୁନ୍ ୧୮ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ୧୯ ତାରିଖରେ ସ୍କୁଲ୍‌ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଛନ୍ତି।

“ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ସ୍କୁଲଗୁଡ଼ିକୁ ଆଗୁଆ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ ମେ ମାସରୁ ସ୍କୁଲରେ ଖରାଛୁଟି ହୋଇଥାଏ। ହେଲେ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି। ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ଜୁନ୍ ୧୮ ଯାଏଁ ବନ୍ଦ ରହିବ। ଶିକ୍ଷକଙ୍କ ଟ୍ରେନିଂ କାର୍ଯ୍ୟକ୍ରମ ଏବଂ ଅନ୍ୟ ଅଫିସିଆଲ କାମ ଚାଲିବ”, କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର।

ଏପ୍ରିଲ ୨ ତାରିଖରୁ ସରକାର ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା। କିନ୍ତୁ ଖରାର ପ୍ରକୋପ ବଢ଼ିବାରୁ ସରକାର ବୁଧବାରଠାରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

Comment