ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର କୁଶିନଗରଠାରେ ଟ୍ରେନ୍‍ ଦୁର୍ଘଟଣାରେ ୧୩ ଜଣ ସ୍କୁଲ୍‍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳୁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ଉତ୍ତରପ୍ରଦେଶର କୁଶିନଗରଠାରେ ଟ୍ରେନ୍‍ ଦୁର୍ଘଟଣାରେ ୧୩ ଜଣ ସ୍କୁଲ୍‍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳୁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ଭ୍ୟାନ୍‌ ୨୨ ଜଣ ଛାତ୍ରଙ୍କୁ ନେଇ ସ୍କୁଲ୍‍ ଯାଉଥିବା ଏକ ଭ୍ୟାନ୍‍ ଜଗୁଆଳି ବିହୀନ ଲେଭଲ୍‍ କ୍ରସିଂ ପାର ହେଉଥିବାବେଳେ ଟ୍ରେନ୍‍ ସହିତ ଧକ୍କା ହୋଇଥିଲା। ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପିଲା ୧୦ ବର୍ଷ ଭିତରେ। ଆହତ ହୋଇଥିବା ଅନେକଙ୍କୁ ଡାକ୍ତରଖାନା ଅଣା ଯାଇ ନ ପାରିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇ ଯାଇଛି। ଅନ୍ୟ କେତେକ ଡାକ୍ତରଖାନାକୁ ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।

ଚଳିତ ମାସରେ ଏହାକୁ ମିଶାଇ ଦ୍ୱିତୀୟ ସ୍କୁଲ୍‍ ବସ୍‍ ଦୁର୍ଘଟଣା। ହିମାଚଳ ପ୍ରଦେଶର କଙ୍ଗ୍ରା ଅଞ୍ଚଳରେ ଗତ ୯ ତାରିଖରେ ଏକ ସ୍କୁଲ୍‍ ବସ୍‍ ୧୦୦ ମିଟର ଗାତ ଭିତରକୁ ଖସି ପଡ଼ିବା ଯୋଗୁଁ ୨୩ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୦ଜଣଙ୍କ ମୃତ୍ୟୁ ଘଟିଥିଲା।

Comment