ଓଡ଼ିଶାଲାଇଭ୍ ବ୍ୟୁରୋ
- ଆନ୍ଧ୍ରପ୍ରଦେଶର ସୁରଜ କିଷାନ୍ ଭୋଗି ପ୍ରଥମ
- ମେ ପ୍ରଥମ ସପ୍ତାହରୁ ଜେଇଇ ଆଡଭାନ୍ସ ପାଇଁ ରେଜିଷ୍ଟ୍ରେସନ
- ମେ ୨୦ରେ ଜେଇଇ ଆଡଭାନ୍ସ ପରୀକ୍ଷା
- ମେ ୩୧ରେ ରେଜଲ୍ଟ
ପ୍ରକାଶ ପାଇଛି ଜେଇଇ ମେନ୍-୨୦୧୮ ପରୀକ୍ଷା ଫଳ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ପରୀକ୍ଷା ଫଳ cbseresults.nic.in, results.nic.in ଏବଂ ଅଫିସିଆଲ ୱେବସାଇଟ୍ jeemain.nic.in ରେ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ଏହି ୱେବସାଇଟରୁ ପରୀକ୍ଷା ଫଳ ଦେଖୁଛନ୍ତି।
ଚଳିତ ବର୍ଷ ସାରା ଦେଶରେ ମୋଟ ୧୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଓଡ଼ିଶାରୁ ୪୪,୪୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ଚଳିତ ବର୍ଷ ଉଭୟ ଅନ୍ଲାଇନ୍ ଏବଂ ଅଫ୍ ଲାଇନ୍ ପରୀକ୍ଷା ହୋଇଥିଲା। ଏପ୍ରିଲ ୮ରେ ଅଫ୍ଲାଇନ୍ ପରୀକ୍ଷା ହୋଇଥିବା ବେଳେ ୧୫ ଏବଂ ୧୬ ତାରିଖରେ ଅନ୍ଲାଇନ୍ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜେଇଇ ଆଡଭାନ୍ସ ପରୀକ୍ଷାରେ ଭାଗ ନେବେ।
ମେ ୨୦ରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ମେ ୩୧ରେ ରେଜଲ୍ଟ ପ୍ରକାଶ ପାଇବ। ଜେଇଇ ଆଡଭାନ୍ସ ପାଇଁ ମେ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ।
ଆନ୍ଧ୍ରପ୍ରଦେଶର ସୁରଜ କିଷାନ୍ ଭୋଗି ଏବଂ କେଭିଆର୍ ହେମନ୍ତ କୁମାର ଚୋଡିପିଲି ସର୍ବ ଭାରତୀୟ ସ୍ତରରେ ତାଲିକାର ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜସ୍ଥାନର ପର୍ଥ ଲୁଟେରିଆ ତୃତୀୟ ସ୍ଥାନରେ ରହିଛନ୍ତି।