ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଆଇପିଏଲ ମହାସମର। ୮ଟି ଟିମ୍ ମଧ୍ୟରେ ହେଉଛି ଜୋରଦାର ଟକ୍କର। କିଏ ଏଥର ଜିତିବ ବାଜି। ଟାଇଟେଲ ଜିତିବାକୁ ୪ଟି ଟିମ୍ ପ୍ରମୁଖ ଦାବିଦାର ମନେକରାଯାଉଛି। କିନ୍ତୁ ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ବୋଲର୍ କିଏ ହେବ ତାହାକୁ ନେଇ ଚାଲିଛି ଆଲୋଚନା।
୨୦୧୮ ଆଇପିଏଲର ଅଧାରୁ ଅଧିକ ମ୍ୟାଚ୍ ଏପର୍ଯ୍ୟନ୍ତ ଖେଳ ସରିଯାଇଛି। ଶେଷ ୪ଟି ସ୍ଥାନ କେଉଁ ଟିମ୍ ହାସଲ କରିବ ତାହାକୁ ନେଇ ଚାଲିଛି ଅଙ୍କକଷା। ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜରର୍ସ ହାଇଦ୍ରାବାଦ ପ୍ରଥମ ଦୁଇଟି ଟିମ୍ ଭାବେ ସେମିଫାଇନାଲକୁ ଯାଇସାରିଥିବାବେଳେ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟ ସେମିଫାଇନାଲ ଦ୍ଵାରରେ ପହଞ୍ଚିଛି। ଚତୁର୍ଥ ସ୍ଥାନ କିଏ ହାସଲ କରିବ ତାହା ବାକି ଟିମ୍ ପ୍ରଦର୍ଶନ ଉପରେ ନିର୍ଭର କରୁଛି।
ଏଥର ଟୁର୍ଣ୍ଣାମେଣ୍ଟରେ କିଏ ସର୍ବଶ୍ୟେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ବୋଲ୍ର ଭାବେ ଅରେଞ୍ଜ୍ ଓ ପର୍ପଲ କ୍ୟାପ୍ ହାତେଇବ ତାହାକୁ ନେଇ ମଧ୍ୟ ଆଲୋଚନା ଚାଲିଛି।
ଆସନ୍ତୁ ଜାଣିବା କିଏ ଅରେଞ୍ଜ୍ ଓ ପର୍ପଲ କ୍ୟାପ୍ ଦୌଡ଼ରେ ଅଛନ୍ତି।
ଅରେଞ୍ଜ୍ କ୍ୟାପ୍ (୫ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍)
ଅମ୍ବାତି ରାୟୁଡୁ (ରନ୍-୩୭୦, ମ୍ୟାଚ୍-୮)
ଏବି ଡିଭିଲିୟର୍ସ (ରନ୍-୨୮୦, ମ୍ୟାଚ୍-୬)
ସୂର୍ଯ୍ୟକୁମାର ଯାଦବ (ରନ୍-୨୭୪, ମ୍ୟାଚ୍-୭)
ଲୋକେଶ ରାହୁଲ୍ (ରନ୍-୨୬୮, ମ୍ୟାଚ୍-୭)
କେନ୍ ଓ୍ଵିଲିୟମ୍ସନ୍ (ରନ୍-୨୫୯, ମ୍ୟାଚ୍-୭)
ପର୍ପଲ କ୍ୟାପ୍ (୫ ଅଗ୍ରଣୀ ବୋଲର)
ସିଦ୍ଧାର୍ଥ କୌଲ (ଓ୍ଵିକେଟ୍-୧୧, ମ୍ୟାଚ୍-୮)
ଟ୍ରେଣ୍ଟ୍ ବୋଲ୍ଟ (ଓ୍ଵିକେଟ୍-୧୧, ମ୍ୟାଚ୍-୭)
ମୟଙ୍କ ମାର୍କଣ୍ଡ (ଓ୍ଵିକେଟ୍-୧୦, ମ୍ୟାଚ୍-୭)
ଉମେଶ ଯାଦବ (ଓ୍ଵିକେଟ୍-୯, ମ୍ୟାଚ୍-୬)
ରସିଦ୍ ଖାନ୍ (ଓ୍ଵିକେଟ୍-୯, ମ୍ୟାଚ୍-୭)

















