ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ। ଟ୍ରେନ୍‌ ଚାଲିଥିବାବେଳେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀ ଆତଙ୍କିତ ହୋଇପଡ଼ିଛନ୍ତି।

ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାରେ ଟ୍ରେନ୍‌ ନମ୍ବର ୧୯୬୬୫ ଖଜୁରାହ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ଝାନ୍‌ସି ଆଡ଼କୁ ଯିବାବେଳେ ନିଆଁ ଲାଗିଯାଇଛି। ଟ୍ରେନଟି ଚାଲୁଥିବାବେଳେ ହଠାତ୍‌ ଟ୍ରେନ୍‌ ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ।

କିଛି ଯାତ୍ରୀ ନିଜର ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନ୍‌ରୁ ଡ଼େଉଁ ଥିବାବେଳେ ଆହତ ହୋଇଛନ୍ତି।।

ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

୧୧.୩୦ରେ ହର୍‌ପାଲପୁର ଷ୍ଟେସନ ପାଖାପାଖି ପହଞ୍ଚିଥିବାବେଳେ ହଠାତ୍‌ ଟ୍ରେନ୍‌ର ଇଞ୍ଜିନରୁ ଧୂଆଁ ବାହାରିଥିଲା। ଏହା ଦେଖି ଟ୍ରେନ ଚାଳକ ଜଣକ ଗାଡ଼ି ରୋକିବା ପରେ ଯାତ୍ରୀମାନେ ତଳକୁ ଓଲ୍ହାଇବା ପାଇଁ କହିଥିଲେ। ଏହାପରେ ଦମକଳବାହିନୀକୁ ଡକାଯାଇଥିଲା।

Comment