ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୫ ଦିନ ହେଲା ଇମ୍ଫା କାରଖାନାରେ ଲାଗି ରହିଛି ଅଚଳାବସ୍ଥା। ଏହି ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଟାଟାଙ୍କୁ କରିଛନ୍ତି ନିବେଦନ।

ଥେରୁବାଲିସ୍ଥିତ ଇମ୍ଫା କାରଖାନାରେ ୧୫ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି। କାରଖାନା ବନ୍ଦ ରହିଛି। ସମସ୍ୟା ସମାଧାନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏପରିସ୍ଥଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇମ୍ଫା ପାଇଁ ଦରଦ ଦେଖାଇଛନ୍ତି।

ଇମ୍ଫାରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବା ପାଇଁ ଟାଟା ଟ୍ରଷ୍ଟସ୍‌ ଅଧ୍ୟକ୍ଷ ରତନ ଟାଟା ଉଦ୍ୟମ କରନ୍ତୁ ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଛନ୍ତି।

ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଟାଟା ଓଡ଼ିଶା ଗସ୍ତରେ ଆସିଛନ୍ତି। ଓଡ଼ିଶାରେ କ୍ୟାନସର୍ ଚିକିତ୍ସାକୁ ଅତ୍ୟାଧୁନିକ ଏବଂ ଉନ୍ନତ କରିବା ପାଇଁ ଟାଟା ଟ୍ରଷ୍ଟସ୍‌ ଓଡ଼ିଶା ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି। ସୋମବାର ଦିନ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଦୁଇଟି କାର୍ଯ୍ୟକ୍ରମରେ ରତନ ଟାଟା ଉପସ୍ଥିତ ଥିଲେ।

ରତନ ଟାଟା ହେଉଛନ୍ତି ଭାରତୀୟ ଶିଳ୍ପ ଜଗତର ସଭାପତି। ଓଡ଼ିଶାର ଇମ୍ଫା କାରଖାନାରେ ଅଚଳାବସ୍ଥା ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଧର୍ମେନ୍ଦ୍ର ରତନ ଟାଟାଙ୍କୁ ନିବେଦନ କରିଛନ୍ତି।

ଟୁଇଟରେ ଧର୍ମେନ୍ଦ୍ର ପଶ୍ଚିମବଙ୍ଗରେ ନାନୋ ପ୍ରକଳ୍ପ ବେଳେ ଦେଖାଦେଇଥିବା ଅପ୍ରୀତିକର ପରିସ୍ଥିତି କଥା ଉଲ୍ଲେଖ କରିଛନ୍ତି। ପ୍ରତିଶୋଧ ପରାୟଣତା ହୋଇ କିଛି ଲୋକ ଏଭଳି କାମ କରୁଥିବାରୁ ଏହା ଶିଳ୍ପାୟନ ପାଇଁ ଶୁଭ ସଙ୍କେତ ନୁହେଁ।

ଏପ୍ରିଲ ୨୩ରୁ ଇମ୍ଫାର ଥେରୁବାଲି ପ୍ଲାଣ୍ଟରେ ଚାଲିଛି ଆନ୍ଦୋଳନ। ଏହି ଆନ୍ଦୋଳନ ଯୋଗୁଁ କାରଖାନାରେ ଲାଗି ରହିଛି ଅଚଳାବସ୍ଥା। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ସମସ୍ୟା ସମାଧାନ କରିବାକୁ ପ୍ରୟାସ କରୁ ନାହାନ୍ତି। ଏପ୍ରିଲ ୩୦ ତାରିଖରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ସମସ୍ୟା ସମାଧାନ ପାଇଁ ଆଲୋଚନା ହୋଇଥିଲା। କିନ୍ତୁ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। ତା’ ପରଠୁ ଆଉ ବୈଠକ ହୋଇନାହିଁ। ଇମ୍ଫା ସମସ୍ୟା ଦୂର ହୋଇନି।

Comment