ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ପାଣି ସଙ୍କଟ। ସେଠାରେ ପାଣିର ସ୍ଥିତି ଏତେ ଗମ୍ଭୀର ଯେ, ରାଷ୍ଟ୍ରପତି ଭବନକୁ ବି ପାଣି ଯୋଗାଇବା କଷ୍ଟକର ହୋଇପଡ଼ିଛି। ଭବିଷ୍ୟତରେ ପାଣି ପାଇଁ ଯୁଦ୍ଧ ଲାଗିପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ରାଜଧାନୀ ଦିଲ୍ଲୀରେ ଦେଖାଯାଇଥିବା ପାଣି ସଙ୍କଟକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ବଡ଼ ରାୟ ଶୁଣାଇଛନ୍ତି। ଦିଲ୍ଲୀରେ ପାଣିର ସ୍ତର ଏତେ ନିମ୍ନରେ ରହିଛି କି ରାଷ୍ଟ୍ରପତି ଭବନକୁ ପାଣି ଯୋଗାଇବା କଷ୍ଟକର ହୋଇପଡ଼ୁଛି।

ପାଣି ସମସ୍ୟା ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, “ଦିଲ୍ଲୀରେ ପାଣି ସମସ୍ୟା ଦିନକୁଦିନ ଜଟିଳ ରୂପ ଧାରଣ କରୁଛି। କେହି ବି ଏହାକୁ ଗମ୍ଭୀରତାର ସହ ବିଚାର କରୁନାହାନ୍ତି। ତୃତୀୟ ବିଶ୍ଵଯୁଦ୍ଧ କଥା ଛାଡ଼ନ୍ତୁ ଦିଲ୍ଲୀରେ ପାଣି ପାଇଁ ଖୁବଶିଘ୍ର ଯୁଦ୍ଧ ଆରମ୍ଭ ହୋଇଯିବ”।

ଭୂତଳ ଜଳ ସମ୍ପର୍କରେ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଦାଖଲ କରାଯାଇଥିଲା। ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି କି ଦିଲ୍ଲୀରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ରାଷ୍ଟ୍ରପତି ଭବନକୁ ଯେତିକି ପାଣି ଯୋଗାଇ ଦିଆଯିବା କଥା ସେତିକି ଯୋଗାଇ ଦିଆଯାଇପାରୁନାହିଁ। ଜଳସ୍ତର ବହୁ ମାତ୍ରାରେ କମିକମି ଯାଉଛି। ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଓ ଜଳ ବିଭାଗକୁ ପାଣି ସମସ୍ୟା  ଉପରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ମେ ୧୫କୁ ହେବ।

କେବଳ ଦିଲ୍ଲୀରେ ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ପାଣି ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି।

Comment