ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ଭାରତରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିସାରିଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ତାଣ୍ଡବ ଦେଖାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ରାଜ୍ୟର ପାଖାପାଖି ୯ଟି ଜିଲ୍ଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିପାରେ। ଏହାର ପ୍ରଭାବ ଅନ୍ୟ ଜିଲ୍ଲାରେ ବି ପଡ଼ିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।  ୧୩ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ବଡ଼ ଧରଣର ବର୍ଷା ସହ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ଛୁଇଁପାରେ ବୋଲି ସତର୍କ କରି ଦିଆଯାଇଛି।

୧୧ ତାରିଖ ମଧ୍ୟରେ ନୟାଗ଼଼ଡ, କୋରାପୁଟ,ଗଜପତି, ଯାଜପୁର ଭଳି ଜିଲ୍ଲାରେ ବି କାଳବୈଶାଖୀର ପ୍ରଭାବ ଦେଖାଦେବ।

“ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡା ପ୍ରତି ବିପଦ ଅଧିକ ରହିଛି। ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିପାରେ। ଝ଼ଡ଼ ତୋଫାନ ସହ କୁଆପଥର ବର୍ଷା ହେବ”, କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ।

ଉତ୍ତର ଭାରତରେ କାଳବୈଶାଖୀର ତାଣ୍ଡବ ରୂପ ଅନେକଙ୍କ ଜୀବନ ନେଇଛି। ୧୦୦ରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି।

 

 

Comment