ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ରାଜ୍ ଖୋଲିଛନ୍ତି। ତାଙ୍କ ଜୀବନର ପ୍ରଥମ ପ୍ରେମିକା ପତ୍ନୀ ସାକ୍ଷୀ ନୁହଁନ୍ତି ବୋଲି କହିଛନ୍ତି ଧୋନୀ।
ଗଲ୍ଫ ଅଏଲ୍ ଇଣ୍ଡିଆର ପ୍ରମୋଶନାଲ୍ ଇଭେଣ୍ଟରେ ମନର କଥା ଖୋଲି କହିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଏହି ଇଭେଣ୍ଟରେ ଧୋନୀଙ୍କୁ ତାଙ୍କ ପ୍ରଥମ ପ୍ରେମିକା ବିଷୟରେ ପଚରା ଯାଇଥିଲା। ପ୍ରଥମେ କହିବାକୁ ସଂକୋଚ କରିଥିଲେ ମଧ୍ୟ ପରେ ନିଜ ହୃଦୟରେ କଥା ଖୋଲି କହିଥିଲେ ସେ। ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ‘ସ୍ଵାତୀ’ ନାମକ ଏକ ଝିଅକୁ ପ୍ରେମ କରୁଥିଲେ। ଏହି ଘଟଣା ୧୯୯୯ମସିହାର ବୋଲି କହିଛନ୍ତି ମାହି।
ନିଜ ପୂର୍ବ ପ୍ରେମିକା ନାଁ ନେବା ପରେ ମାହି ମଜାରେ କହିଥିଲେ ଏହି ରାଜ୍ ପତ୍ନୀ ସାକ୍ଷୀଙ୍କ ଆଗରେ ଯେପରି ପ୍ରକାଶ ନହୁଏ।
ମହେନ୍ଦ୍ର ସିଂହ ଧୋନୀ ୨୦୧୦ମସିହା ଜୁଲାଇ ୪ ତାରିଖରେ ପତ୍ନୀ ସାକ୍ଷୀଙ୍କୁ ଲଭ୍ ମ୍ୟାରେଜ୍ କରିଥିଲେ। ସାକ୍ଷୀ ତାଙ୍କ ପିଲା ଦିନର ବନ୍ଧୁ ଥିଲେ। ବିବାହ ପରେ ଦୁହଁଙ୍କ ଜିଭା ନାମରେ ଏକ ମଧ୍ୟ ଝିଅ ଅଛି।
ଧୋନୀଙ୍କ ଉପରେ ଆଧାରିତ ଫିଲ୍ମ ‘ମହେନ୍ଦ୍ର ସିଂହ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ର କାହାଣୀରେ ମଧ୍ୟ ଧୋନୀଙ୍କ ପ୍ରେମିକା ଥିବା କଥା କୁହାଯାଇଥିଲା। ଫିଲ୍ମଟି ରିଲିଜରେ ହେବା ପରେ ଧୋନୀଙ୍କୁ ସାକ୍ଷୀଙ୍କ ଛଡ଼ା ଆଉ ଜଣେ ପ୍ରେମିକା ବିଷୟରେ ପଶ୍ନ ପଚରାଯାଇଥିଲା କିନ୍ତୁ ଧୋନୀ ଏହାର ଉତ୍ତର ଦେଇନଥିଲେ।
ସର୍ବଦା ନିଜ କୁଲ୍ ଅନ୍ଦାଜରେ ନଜର ଆସୁଥିବା ମାହି ବର୍ତ୍ତମାନ ଆଇପିଏଲ୍ ଖେଳୁଛନ୍ତି। ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ସୁପରକିଙ୍ଗ୍ସ ଭଲ ପ୍ରଦର୍ଶନ ମଧ୍ୟ କରୁଛି।
















