ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୋ ମା’ ଦେଶ ପାଇଁ ବଳିଦାନ ଦେଇଛନ୍ତି, ଦେଶ ପାଇଁ ବହୁତ କିଛି ସହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋ ମା’ଙ୍କ ବିଷୟରେ କିଛି କମେଣ୍ଟ୍ କରୁଛନ୍ତି ସେଥିରୁ ତାଙ୍କ ଚିନ୍ତାଧାରାର ସ୍ତର ବାରି ହୋଇପଡ଼ୁଛି”, ଏମିତି କଟୁ ଭାଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି।

ଗୁରୁବାର ଥିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେପି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଖାସ୍‌ ଭାବେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କୁ ଇଟାଲିୟନ୍‌ କହି କାଟାକ୍ଷ କରୁଥିବା ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ।

“ମୋ ମା’ ଅନ୍ୟ କେତେକଙ୍କଠାରୁ ଅଧିକ ଭାରତୀୟ ବୋଲି ମନ୍ତବ୍ୟ ଦେଇଛନ୍ତି। ସୋନିଆ ଗାନ୍ଧି ଇଟାଲୀୟ ହୋଇଥିଲେ ମଧ୍ୟ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଭାରତରେ ବିତାଇଛନ୍ତି। ମୋ ମା’ ଦେଶ ପାଇଁ ବଳିଦାନ ଦେଇଛନ୍ତି, ଦେଶ ପାଇଁ ବହୁତ କିଛି ସହିଛନ୍ତି ମଧ୍ୟ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋ ମା’ଙ୍କ ବିଷୟରେ କିଛି କମେଣ୍ଟ୍ କରି କହୁଛନ୍ତି ସେଥିରୁ ତାଙ୍କ ଚିନ୍ତାଧାରାର ସ୍ତର ସ୍ପଷ୍ଟ ବାରି ହୋଇପଡ଼ୁଛି”, କହିଛନ୍ତି ରାହୁଲ।

“ବିଜେପି ସରକାରକୁ ଆସିବା ପରେ ଦେଶରେ ଦୁର୍ନିତି ବଢ଼ିଛି। ଗଣଦୁଷ୍କର୍ମ ଭଳି ମାମଲା ବୃଦ୍ଧି ପାଇଛି। କର୍ଣ୍ଣାଟକରେ ଆଗାମୀ ସରକାର କଂଗ୍ରେସର”, କହିଛନ୍ତି ରାହୁଲ।

1 COMMENT

Comment