ଓଡ଼ିଶାଲାଇଭ୍ ବ୍ୟୁରୋ

  • ରେସିଡେନ୍ସିଆଲ କମିଟି ବୈଠକ ଶେଷ
  • ଶନିବାର ୫ ପୂର୍ବରୁ ଉଠିବ ସାଇନ-ଏ-ଡାଏ
  • ମେ ୧୭ରୁ ସବୁ ବିଭାଗର ପରୀକ୍ଷା
  • ୨୭ରେ ପରୀକ୍ଷା ଫଳ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଉଠିବ ସାଇନ-ଏ-ଡାଏ। ଶନିବାର ୫ଟା ପୂର୍ବରୁ ଏହି ସାଇନ-ଏ-ଡାଏ ଉଠିବ ବୋଲି ସୂଚନା ଦେଇଛନ୍ତି ରେଭେନ୍ସା ଭିସି ପ୍ରଫେସର ଇସାନ ପାତ୍ର। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହୋଇଥିବା ରେସିଡେନ୍ସିଆଲ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରେଭେନ୍ସା ଛାତ୍ର ଅଶାନ୍ତିକୁ ନେଇ ଆଜି ବସିଥିଲା ରେସିଡେନ୍ସିଆଲ କମିଟି ବୈଠକ। ଏହି ବୈଠକରେ ସାଇନ-ଏ-ଡାଏ ବ୍ୟତୀତ ସ୍ଥଗିତ ରହିଥିବା ପରୀକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ମେ ୧୭ରୁ ୨୦ ତାରିଖ ଭିତରେ ସବୁ ବିଭାଗର ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଛି। ୨୭ରେ ପରୀକ୍ଷା ଫଳ ବାହାରିବ ବୋଲି ଭିସି କହିଛନ୍ତି।

ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫି ବୃଦ୍ଧି, ହଷ୍ଟେଲ ଛାଡ଼ିବା ନିଷ୍ପତ୍ତି ଏବଂ ସେଲ୍ଫ ଫାଇନାନ୍ସ କୋର୍ସକୁ ବିରୋଧ କରି ରେଭେନ୍ସା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ଆନ୍ଦୋଳନ କରାଯାଇଥିଲା। ଫଳରେ ବିଶ୍ୱବିଦ୍ୟାଳୟକୁ ବୁଧବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଥିଲେ।

Comment