ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରିପେଡ୍ ପରେ ପୋଷ୍ଟପେଡରେ ଜିଓ ନିଜ ଗ୍ରାହକଙ୍କୁ ମନଲୋଭ ଅଫର୍‌ ଦେଉଛି। ଜିଓର ପୋଷ୍ଟପେଡ଼ ଗ୍ରାହକମାନେ ମିନିଟ୍‌ ପିଛା କେବଳ ୫୦ ପଇସାରେ ଅର୍ନ୍ତଜାତୀୟ କଲ୍‌ କରିପାରିବେ।

ଗ୍ରାହକଙ୍କ ଆକୃଷ୍ଟ କରିବା ପାଇଁ ଟେଲିକମ କମ୍ପାନିମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। କମ୍ ଟଙ୍କାରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଯୋଗାଇ ଦେବା ଲକ୍ଷ୍ୟରେ ଟେଲିକମ କମ୍ପାନିମାନେ ଆଗେଇ ଆସିଛନ୍ତି। ଉଭୟ ପ୍ରିପେଡ୍ ଓ ପୋଷ୍ଟପେଡ୍‌ରେ ଗ୍ରାହକଙ୍କୁ ଲୋଭନୀୟ ଅଫର୍‌ ଦେଉଛନ୍ତି ବିଭିନ୍ନ ଟେଲିକମ କମ୍ପାନି। ଏଥିରେ ସାମିଲ ହୋଇଛି ଜିଓ।

ଜିଓ ଏବେ ସବୁଠାରୁ ଶସ୍ତା ପୋଷ୍ଟପେଡ ପ୍ଲାନ ଆଣିଛି ଯାହାର ମୂଲ୍ୟ ୧୯୯ଟଙ୍କା ରହିଛି। ଏହି ପ୍ଲାନର ବୈଧତା ରହିଛି ୧ମାସ ଏବଂ ଅନଲିମିଟେଡ କଲିଂ ସହ ୨୫ଜିବି ଡାଟା ଓ ଜିଓ ଆପର ସବସ୍କ୍ରିପସନ ସୁବିଧା ମିଳିପାରିବ। ଏହି ପ୍ଲାନରେ ମାତ୍ର ୫୦ପଇସା ପ୍ରତି ମିନିଟରେ ଆଇଏସଡି କଲିଂ କରିହେବ।

ଏହି ଅଫର ଗ୍ରାହକଙ୍କ ପାଇଁ ମେ ୧୫ରୁ ଆରମ୍ଭ ହେବାକୁ ଯାଉଛି। ଏହା ସହ ଜିଓ ଏହାର ସମସ୍ତ ଗ୍ରାହକଙ୍କ ପାଇଁ ଖୁବ୍‌ ଶୀଘ୍ର ଅର୍ନ୍ତଜାତୀୟ ରୋମିଙ୍ଗ କଲ୍‌ ପାଇଁ ମଧ୍ୟ ଅଫର ଲଞ୍ଚ କରିବାର ଯୋଜନା ରଖିଛି।

ଏୟାରଟେଲ

ଏୟାରଟେଲର ପୋଷ୍ଟପେଡ ପ୍ଲାନର ୩୯୯ଟଙ୍କା ରହିଛି। ଏହି ପ୍ଲାନରେ ଆପଣଙ୍କୁ ୨୦ଜିବି ଡାଟା ଏବଂ ଅନଲିମିଟେଡ କଲର ସୁବିଧା ମିଳିବ। ଏହାସହ ଆମାଜନ ପ୍ରାଇମର ବର୍ଷେ ପର୍ଯ୍ୟନ୍ତ ସବସ୍କ୍ରିପଶନ ଆପଣ ପାଇପାରିବେ। ଏୟାରଟେଲ ପ୍ଲାନର ଫାଇଦା ହେଉଛି ବଳକା ଡାଟା ପର ମାସରେ ବ୍ୟବହାର କରିପାରିବେ। ଏହି ପ୍ଲାନରେ ରୋମିଂ ସମୟରେ ମଧ୍ୟ ଫ୍ରି-କଲିଂ ଏବଂ ପ୍ରତିଦିନ ୧୦୦ଟି ମେସେଜର ସୁବିଧା ମଧ୍ୟ ଆପଣ ପାଇ ପାରିବେ।

ଭୋଡାଫୋନ୍

ଭୋଡାଫୋନ ପୋଷ୍ଟପେଡ ପ୍ଲାନର ମୂଲ୍ୟ ରହିଛି ୩୯୯ଟଙ୍କା। ଏହି ପ୍ଲାନ ଆପଣଙ୍କୁ ମାସେ ପାଇଁ ୨୦ଜିବି ଡାଟା ମିଳିବ। ଏହାସହ ଅନଲିମିଟେଡ କଲ ମଧ୍ୟ ଆପଣ ପାଇପାରିବେ। ଏହି ପ୍ଲାନରେ ଆପଣଙ୍କ ଭୋଡାଫୋନ ପ୍ଲେ’ର ଫ୍ରି ସବସ୍କ୍ରିପସନ ମଧ୍ୟ ଆପଣ ଉପଲବ୍ଧ କରିପାରିବେ। ଏହି ପ୍ଲାନରେ ରୋମିଂରେ ଫ୍ରି କଲ ଏବଂ ପ୍ରତିଦିନ ୧୦୦ମେସେଜର ସୁବିଧା ମିଳିବ।

ଆଇଡିଆ

ଆଇଡିଆ ପ୍ଲାନ ମୂଲ୍ୟ ରହିଛି ୩୮୯ଟଙ୍କା ଏବଂ ଏଥିରେ ଆପଣଙ୍କୁ ୨୦ଜିବି ଡାଟା ମିଳିବ। ଏହି ପ୍ଲାନରେ ରୋମିଂ କଲ ପାଇଁ ଟଙ୍କା ଦେବାକୁ ପଡିବ ଏବଂ ଆଇଏସଡି କଲିଂ ପାଇଁ ୧୦୦୦ଟଙ୍କା ସିକ୍ୟୁରିଟି ଜମା କରିବାକୁ ପଡ଼ିବ।

Comment