ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓବାଦୀ ସଙ୍ଗଠନକୁ ପୁଣି ଝଟକା। ବଲାଙ୍ଗିର ଜିଲ୍ଲା ଡୁଡୁକମଲ ଜଙ୍ଗଲରେ ପୋଲିସ ଗୁଳିରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି।

ସୁରକ୍ଷା କର୍ମୀଙ୍କ  ଗୁଳିମାଡ଼ରେ ଦୁଇ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଡୁଡୁକମଲ ଜଙ୍ଗଲରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଏନକାଉଣ୍ଟର ଘଟିଛି। ନିହତ ମାଓବାଦୀ ହେଲେ ସଞ୍ଜିବ ଏବଂ ରାକେଶ। ଏମାନେ ନିଶିଦ୍ଧ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାଓଇଷ୍ଟ) ସଙ୍ଗଠନର ସଦସ୍ୟ।

ଡୁଡୁକମଲ ଜଙ୍ଗଲ ନିକଟରେ ୬ ମାଓବାଦୀ ଲୁଚିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ସୂଚନାକୁ ଆଧାର କରି ପୋଲିସ ପକ୍ଷରୁ ଶନିବାର ରାତିରେ କମ୍ବିଂ ଅପରେସନ କରାଯାଇଥିଲା। ଜଙ୍ଗଲ ନିକଟସ୍ଥ ଏକ ଘରେ ମାଓବାଦୀମାନେ ରହିଥିବା ଜାଣିପାରି ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ମାଓବାଦୀମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ।

ଫଳରେ ପୋଲିସ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଏକ-୪୭ ବନ୍ଧୁକ ଏବଂ ଗୁଳି ଭର୍ତ୍ତି ରାଇଫଲ ଜବତ କରିଛି। ମାଓବାଦୀଙ୍କ ମୃତଦେହକୁ ବେଲପଡ଼ା ଥାନାରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here