ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ପପୁ ପମ୍‌ ପମ୍‌ ଆଜି ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ଯାଇଛନ୍ତି।

ଓଲିଉଡର ଆଗ ଧାଡ଼ିର କମେଡିଆନ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ ପମ୍‌ ଗୁରୁତର ହୋଇଯାଇଛନ୍ତି। ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ପପୁଙ୍କୁ ଆଜି ଦିନ ୨ଟାରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏୟାର ଆମ୍ବୁଲାନ୍ସ ଜରିଆରେ ପପୁ ଦିଲ୍ଲୀ ଯାଇଛନ୍ତି।

ପପୁ ଦିଲ୍ଲୀ ଯିବା ବେଳେ ଓଲିଉଡର ବହୁ କଳାକାର ଉପସ୍ଥିତ ଥିଲେ। ସୁସ୍ଥ ହୋଇ ଶୀଘ୍ର ଫେରି ଆସିବା ପାଇଁ କଳାକାରମାନେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଫୋର୍ ଇଡିୟଟସ୍‌ ଫିଲ୍ମ ସୁଟିଂରେ ପପୁ ଥାଇଲାଣ୍ଡ ଯାଇଥିଲେ। ସୁଟିଂ ଚାଲିଥିବା ବେଳେ ପପୁ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ। ସୁଟିଂ ବାତିଲ କରି ସେ ଭୁବନେଶ୍ୱର ଫେରି ଆସିଥିଲେ।

ଶୁକ୍ରବାର ଦିନ ପପୁ ଭୁବନେଶ୍ୱରରେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ତୁରନ୍ତ ମେଡିକାଲରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପପୁ ଶନିବାରଠାରୁ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ।

ସୋମବାର ପପୁଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ସେ ଗୁରୁତର ହୋଇ ଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଅଧିକ ଚିକିତ୍ସା ପାଇଁ ପପୁଙ୍କୁ ଆଜି ଦିଲ୍ଲୀ ଏମ୍ସ ପଠାଯାଇଛି।

Comment