ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପି ଉପରେ ବର୍ଷିଥିବା ବେଳେ ସୋସିଆଲ ମିଡିଆରେ ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମହାନଦୀକୁ ନେଇ ଆଜିଠାରୁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରିଛି। ମହାନଦୀ ସୁରକ୍ଷା ଅଭିଯାନକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁଭାରମ୍ଭ କରି ବିଜେପି ଉପରେ ବର୍ଷିଛନ୍ତି। ଓଡ଼ିଶା ବିଜେପି ନେତାଙ୍କ ବିରୋଷଦ ନବୀନ ଯେଉଁ ଅଭିଯୋଗ ଆଣିଛନ୍ତି ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଝାରସୁଗୁଡ଼ାର ସୁଖାଶୋଡ଼ା ଏବଂ ବରଗଡ଼ର ଚିଖିଲିରେ ମହାନଦୀ ସୁରକ୍ଷା ଯାତ୍ରାକୁ ଶୁଭାରମ୍ଭ କରି ନବୀନ କହିଥିଲେ ଯେ ଓଡ଼ିଶା ବିଜେପି ନେତା ଛତିଶଗଡ଼କୁ ସମର୍ଥନ କରୁଛନ୍ତି। ଓଡ଼ିଶାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ଓଡ଼ିଶା ବିଜେପି ନେତାଙ୍କର ଓଡ଼ିଶା ପ୍ରତି ଦରଦ ଅଛି ତାହାଲେ ଛତିଶଗଡ଼ ପ୍ରକଳ୍ପକୁ ବିରୋଧ କରନ୍ତୁ।

ନବୀନଙ୍କ ଏହି ମନ୍ତବ୍ୟର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫେସବୁକରେ ପ୍ରତିକ୍ରିୟ ରଖିଛନ୍ତି।

ଧର୍ମେନ୍ଦ୍ର ଲେଖିଛନ୍ତି, “ପାଣି ସମସ୍ୟାକୁ ନେଇ ରାଜନୈତିକ ଆନ୍ଦୋଳନ କରି ରାଜ୍ୟର ସାଧାରଣ ଜନତାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ। ମହାନଦୀ ବିବାଦର ସମାଧାନ ନା କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରୁଛନ୍ତି?”

ହୀରାକୁଦର ତଳମୁଣ୍ଡରେ ଯଦି ଜଳ ସଂରକ୍ଷଣର ବ୍ୟବସ୍ଥା ପୂର୍ବରୁ ହୋଇଥାନ୍ତା ତାହାଲେ ଆଜି ଜଳସେଚନ ଏବଂ ପାନୀୟ ଜଳର ସମସ୍ୟା ନଥାନ୍ତା। ୧୮ ବର୍ଷର ଶାସନ ଭିତରେ ଜଳସେଚନର ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ଦେଇଥିଲେ। ତାହା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ଧର୍ମେନ୍ଦ୍ର ଫେସବୁକରେ କ’ଣ ଲେଖିଛନ୍ତି ପଢ଼ନ୍ତୁ:

Comment