ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ଗ୍ଵାଲିୟର୍ ଷ୍ଟେସନ୍ ନିକଟରେ ଘଟିଛି ଅଘଟଣ। ଆନ୍ଧ୍ର ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗି ଯାଇଛି।
ଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ଆନ୍ଧ୍ର ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ମଧ୍ୟପ୍ରଦେଶ ଗ୍ଵାଲିୟର୍ ଷ୍ଟେସନ୍ ନିକଟରେ ଘଟିଛି ଏହି ଅଘଟଣ। ନିଆଁରେ ଟ୍ରେନର ୪ଟି ବଗି ସମ୍ପୂର୍ଣ୍ଣ ଜଳି ଯାଇଛି। ନିଆଁରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ପ୍ରଥମେ ନିଆଁ ଗୋଟିଏ ବଗିରେ ଲାଗି ଅନ୍ୟ ବଗିକୁ ମାଡ଼ିଯାଇଥିଲା। ତୁରନ୍ତ ଦମକଳବାହୀନି ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା।

















