ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ସୋଲାଙ୍କୀଙ୍କୁ ଜାମନଗରର ଜଣେ ପୁଲିସ କନେଷ୍ଟବଳ ଚାପୁଡ଼ା ମାରି ଗିରଫ ହୋଇଛି।

ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରୀବା ସୋଲଙ୍କୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ରିଭା କୌଣସି କାମରେ ସହର ଭିତରକୁ ଯାଉଥିଲା ବେଳେ ତାଙ୍କ କାର ସଂଜୟ ଆହିର ନାମକ ଏହି କନେଷ୍ଟବଳଙ୍କ ବାଇକକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆହିର ତାଙ୍କୁ ଗୋଟେ ଚାପୁଡ଼ା ମାରିଥିଲେ। ରିଭା କାର୍‌ ରୋକିବା କ୍ଷଣି ସେ ତାଙ୍କୁ ଗାଳିଗୁଲଜ କରିବା ସହ ଠେଲା ପେଲା ମଧ୍ୟ କରିଥିଲେ। ଏଥିରେ ରିଭା ଆହତ ହୋଇଥିବା ସୂଚନା ମିଳିଛି।

ଘଟଣା ପଦାକୁ ଆସିବା ପରେ ଗୁଜରାଟ ପୁଲିସ ଆହିରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। “ମହିଳାଙ୍କୁ ଆକ୍ରମଣ କରିବା ଏକ ଗୁରୁତର ଅପରାଧ ହୋଇଥିବାରୁ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ” କହିଛନ୍ତି ଜାମନଗର ଆରକ୍ଷୀ ଅଧିକ୍ଷକ ପ୍ରଦୀପ ସେଜୁଆଲ।

ଦୁର୍ଘଟଣା ବେଳେ ଜାଡେଜାଙ୍କ ମା’ ଓ କୁନି ଝିଅ ମଧ୍ୟ କାର ଭିତରେ ଥିଲେ। ତାଙ୍କୁ ମଧ୍ୟ ଆହିର ଅସମ୍ମାନ କରିଥିବା ଜଣାପଡ଼ିଛି। ଜାଡେଜା ବର୍ତ୍ତମାନ ଚେନ୍ନାଇ ସୁପରକିଙ୍ଗ୍ସ ତରଫରୁ ଆଇପିଏଲ୍‌ ଖେଳୁଥିଲା ବେଳେ ରିଭା ତାଙ୍କ ଘରର ଦେଖାଶୁଣା କରୁଛନ୍ତି।

ଏହି ଘଟଣା ପରେ ରୀବା ଜାମନଗର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ। ସଙ୍ଗେ ସଙ୍ଗେ ଜିଲ୍ଲା ପୋଲିସ ଅଧୀକ୍ଷକ ଏ ବିଷୟରେ ତତ୍ପରତା ପ୍ରକାଶ କରି ଆହିରଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here