ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଓ ଘଡ଼ଘଡ଼ି ଲାଗି ରହିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବୁଧବାର ସକାଳୁ କାଳବୈଶାଖୀ ବର୍ଷା ପ୍ରାୟ ୨-୩ ଘଣ୍ଟା ଧରି ଲାଗି ରହିଛି। ଏହି କାଳବୈଶାଖୀ ବର୍ଷା ପବନ ଯୋଗୁଁ ସକାଳେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିବା ଭିସ୍ତାରା ଏୟାରେୱେଜ୍‌ର ଏକ ବିମାନ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ପାରି ନାହିଁ। ଫଳରେ ବିମାନଟି ଏଠାରେ ଅବତରଣ କରି ନ ପାରି କୋଲକାତା ଅଭିମୁଖେ ଯାତ୍ରା କରିଛି।

ସେହିପରି ଟ୍ରେନ୍‌ ଲାଇନ ଉପରେ ଗଛ ପଡ଼ି ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବାରୁ ପାଇଁ ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଯାତ୍ରା ବାଧାପ୍ରାପ୍ତ ହୋଇଛି। ଟ୍ରେନ୍‌ ସିଗନାଲିଂ ବ୍ୟବସ୍ଥାରେ ସମସ୍ୟା ଦେଖାଦେବାରୁ ଭଦ୍ରକ-ଭୁବନେଶ୍ୱର-ପୁରୀ ରୁଟରେ ଟ୍ରେନ୍‌ ଚଳାଚଳ ବିଳମ୍ବ ହୋଇଛି।

ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନ୍‌ ଉପରେ ତାର ଛିଡ଼ି ପଡ଼ିବା ଫଳରେ କଟକ-ପୁରୀ ସଟଲ୍‌ ଟ୍ରେନ ଷ୍ଟେସନ ପୂର୍ବରୁ ଅଟକି ରହିଛି।

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ପାଖାପାଖି ୧୭ଟି ଜିଲ୍ଳାରେ ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି। ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେହିପରି ପୁରୀ, ନୟାଗଡ, ବୌଦ୍ଧ, ସୋନପୁର, ସୁନ୍ଦରଗଡ ଓ ଝାରସୁଗୁଡା ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି।

Comment