ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେଦବହୁଳତା ଓ ଡାଇବେଟିସ୍ ଏହି ଦୁଇଟି ରୋଗ ଆଜିକାଲି ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ।

ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଥିଲେ କ୍ୟାପ୍ସିକମକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ। କାରଣ ଏହା ଆପଣମାନଙ୍କ ପାଇଁ ବଡ଼ ଉପାଦେୟ ସାବ୍ୟସ୍ତ ହେବ। ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି କ୍ୟାପ୍ସିକମରେ। ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ରହିଛି ଏହି ଗୁଣ।

ମେଦବହୁଳତା ଡାଇବେଟିସ୍

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି।

କ୍ୟାସ୍ପିକମରେ ଦୁଇ ପ୍ରକାର ଏନଜାଇମ ଅଛି ଯାହା ଶରୀର ମେଦକୁ ହ୍ରାସ କରିପାରିବାର କ୍ଷମତା ରଖୁଛି। ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ। ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ। ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ। ଏହାକୁ ସାଲାଡ କରି ଖାଇ ପାରିବେ ଅବା ରାନ୍ଧି କି ଖାଇପାରିବେ।

ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ

ତା’ଛଡ଼ା ମାନସିକ ଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିବାର କ୍ଷମତା କ୍ୟାପ୍ସିକମରେ ରହିଛି ।

Comment