ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ କ୍ୱାଲିଫାୟର୍‌ରେ ହାଇଦ୍ରାବାଦ ୧୪ ରନ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପରାଜୟ ଧାରାକୁ ଭାଙ୍ଗି ଦ୍ୱିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି।

ଆଇପିଏଲ -୧୧ ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍।  ଗତକାଲି ଦ୍ୱିତୀୟ କ୍ୱାଲିଫାୟର୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ।  ଫଳରେ ଆଇପିଏଲ ଲିଗ୍‌ ଶେଷ ସୁଦ୍ଧା ଶୀର୍ଷ ଦୁଇ ସ୍ଥାନରେ ଥିବା ଦଳ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବେ।

ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା।  ଏହାପରେ ୧୭୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ଓ୍ୱିକେଟ୍ ବିନିମୟରେ ମାତ୍ର ୧୬୧ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା କୋଲକାତା।

ଆସନ୍ତାକାଲି ମୁମ୍ବାଇ ଓ୍ୱାଙ୍ଖଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ରେ ଚେନ୍ନାଇ ସୁପର କିଙ୍ଗସ – ହାଇଦ୍ରାବାଦ ମୁକାବିଲା ହେବ।

Comment